

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ନୁଆ ବସଟାଣ୍ଡ ନିକଟରେ ଥିବା ସଂଘର କାର୍ଯ୍ୟାଳୟରେ ବସ ମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗଞ୍ଜାମ ଜିଲ୍ଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ କୋଭିଡ ନିୟମ ମାନି କିପରି ଭାବରେ ବସ ଗୁଡିକ ଯାତ୍ରୀ ପରିବହନ ସେବା ଯୋଗାଇ ଦିଆଯିବ ସେହି ବିଷୟରେ ବିଶେଷ ଆଲୋଚନା ହୋଇଥିଲା । ଏହି ବୈଠକରେ ରମେଶ ଚନ୍ଦ୍ର ଜେନା, ରମେଶ ଚନ୍ଦ୍ର ପାଢ଼ୀ, ସନ୍ତୋଷ କୁମାର ପତି, ବି. ଦୁର୍ଗା ପ୍ରସାଦ ରାଓ, ରାଧା କାନ୍ତ ସାହୁ, ରଜନୀ କାନ୍ତ ପାତ୍ର, ମୁନୀର ବାଗ, ଦୁର୍ଗା ସାହୁ, ସୁରେନ୍ଦ୍ର ପଣ୍ଡା, ବଳରାମ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରବି କିଶୋର ପଟ୍ଟନାୟକ, ଅରକ୍ଷିତ ଜେନା, ଶ୍ରୀକାନ୍ତ ସାହୁ, ଏ.କେ ଦୋରା, ଏସ. ସିମାଞ୍ଚଳ ପୃଷ୍ଟି, ସଞ୍ଜୟ ସାହୁ, ଶରତ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା