
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭଞ୍ଜନଗର ନିକଟ ବାରୁଡା ଗ୍ରାମ ନିକଟରେ ବାଇକ-ଟ୍ରକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ଜଣେ ମୃତ,୨ଜଣ ଗୁରୁତର । ମୃତକ ହେଲେ ବାରୁଡା ଗ୍ରାମର ସମୀର ନାଇକ, ଗୁରୁତର ଆହତ ମାନେ ହେଲେ ଗୋଲାପଡା ଗ୍ରାମର ଯୋଗୀ ନାଇକ, ପିଣ୍ଟୁ ନାଇକ । ଗୁରୁତରଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୋଟିଏ ବାଇକରେ ତିନିଜଣ ବସି ତିଳିସିଙ୍ଗି ଗ୍ରାମକୁ ଯାଉଥିବା ବେଳେ ସାମ୍ନା ପଟୁରୁ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲ । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ କରୁଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା