ବାଇଗଣ ବାଡିଆରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୧୩୧ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ବାଇଗଣ ବାଡିଆ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ବାଲିଗଣ ବାଡିଆ ଓ ଝାଡପିମ୍ପଳ ଗ୍ରାମ୍ୟ କମିଟି ଓ ରାଧାକୃଷ୍ଣ ଶାନ୍ତି କମିଟି ପକ୍ଷରୁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ବେଳେ ବାଲିଗଣ ବାଲିଆ ଗ୍ରାମ୍ୟମୁଖ୍ୟ ଦିବାକର ବାରିକ ଏହାକୁ ଉଦ୍‌ଘାଟନ କରିଥିଲେ । ଏଥିରେ ବାଲେଶ୍ୱର ରକ୍ତଦାତା ସଂଘ ସଭାପତି କମଳ ଚକ୍ରବର୍ତ୍ତର, ଯାତ୍ରା ଅଭିନେତା ଗୌର ଦାସ, ରକ୍ତଭଣ୍ଡାର ଡାକ୍ତର ମହେଶ ବିଶ୍ୱାଳ, ସାମ୍ବାଦିକ ସତ୍ୟବ୍ରତ ପ୍ରଧାନ, ମନେରାଂଜନ ଦାସ, ନବେନ୍ଦୁ ପ୍ରଧାନ, ଆଶିଷ କୁମାର ଗିରି, ସିଆର୍‌ସିସି ଶ୍ରୀକାନ୍ତ ଚରଣ ଧଳ, ବାଇଗଣବାଡିଆ ସରପଂଚ ସୁଜାତା ଗିରି, ଝାଡପିମ୍ପଳ ସରପଂଚ ଅନୁପମା ପ୍ରଧାନ, ରବିନ୍ଦ୍ର ଗିରି, ଜୟକୃଷ୍ଣ ଅଣ୍ଡିଆ, ବୃନ୍ଦାବନ ପ୍ରଧାନ, ସୌମ୍ୟଦିପ ଚକ୍ରବର୍ତ୍ତୀ, ଶରତ ଚନ୍ଦ୍ର ଗିରି, ରାଜିବ ଲୋଚନ ଗିରି, ସୁମିତ ମହାନ୍ତି, ମାନସ ଅଣ୍ଡିଆ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁୁ ଉତ୍ସାହିତ କରିଥିଲେ । ପ୍ରତ୍ୟେକ ରକ୍ତଦାତାଙ୍କୁ ଗୋଟିଏ ଗୋଟି ଚାରାଗଛ ରୋପଣ ପାଇଁ ପ୍ରଦାନ କରାଯାଇଥିଲା । ରକ୍ତ ଭଂଣ୍ଡାର ଡାକ୍ତର ମହେଶ ବିଶ୍ୱାଳ, ଟେକ୍‌ନତସିୀଆନ୍ ଦେବାଶିଷ ଦତ୍ତ, ସ୍ୱାତି ୁଚରିତା ରାଜ, ଅଜୟ ମହାପାତ୍ର, ବିଦ୍ୟାଧର ଶାହା ପରୀକ୍ଷା ଓ ରକ୍ତ ସଂଗ୍ରହରେ ସହାୟତା କରିଥିବା ବେଳେ ରାଧାକୃଷ୍ଣ ଶାନ୍ତି କମିଟି ପକ୍ଷରୁ ସଂଜୟ ଗିରି, କାରାମତ୍ ଅଲ୍ଲି ଶାହା, ଝାଡେଶ୍ୱର ଜେନା, ପ୍ରବୀର ପ୍ରଧାନ, ପ୍ରଫୁଲ୍ଲ ଗିରି, ରମାକାନ୍ତ ମିଶ୍ର, ରାମଚନ୍ଦ୍ର ଗିରି, ଅନିତା ବେହେରା, ରାଜଶ୍ରୀ ପାଣିଗ୍ରାହୀ, ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା