ଲେଫ୍ରିପଡ଼ା (ସମୃଦ୍ଧ ଓଡିଶା) ମହାନଦୀ କୋଲ୍ ଫିଲ୍ଡ ସହାୟତାରେ ବାଏଫ ସ୍ଵେଚ୍ଛାସେବୀ ସଂସ୍ଥା ଜରିଆରେ ଲେଫ୍ରିପଡ଼ା ବ୍ଲକର ଦଶଟି ଗ୍ରାମରେ ଚାଲିଥିବା ଗୋଷ୍ଠୀ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ବାଢୁନଝରିଆ ଠାରେ ୭୫ ଜଣ ବୟସ୍କ ବ୍ୟକ୍ତିଙ୍କୁ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ବାଏଫର ସୁନ୍ଦରଗଡ଼ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଈଂ ମାନସ ରଞ୍ଜନ ରାଉତ ଉଦଘାଟନ କରି ସାମଗ୍ରିକ ବିକାଶ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଥିଲେ । ଏଥି ସହ ଉନ୍ନତ ସ୍ୱାସ୍ଥ୍ୟ ନିରାମୟ ନିରୋଗ ଜୀବନ ଲାଗି ସଚେତନତା ଆବଶ୍ୟକ ବୋଲି ମତ ରଖିବା ସହ ଗୁରୁଜନଙ୍କ ଯତ୍ନ ନେବା ଲାଗି ଉପସ୍ଥିତ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଏକ ସୁସ୍ଥ ସମାଜ ଗଠନ ଲାଗି ପରିବାରରେ ବାୟୋବୃଦ୍ଧ୍ ବ୍ୟକ୍ତିଙ୍କ ସେବା ଓ ଆତ୍ମନିର୍ଭରୀଳ ହେବଲାଗି ସେମାନଙ୍କ ପରାମର୍ଶ ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ । ଉତ୍ଥାନ ପ୍ରକଳ୍ପର ଯୁଗ୍ମ ପରିଚାଳକ ମାନସ ରଞ୍ଜନ ନାଥ ମହାନଦୀ କୋଲ୍ ଫିଲ୍ଡ ଓ ବାଏଫ ସହଯୋଗରେ ଗ୍ରାମୀଣ ଲୋକଙ୍କ ବିକାଶ ଲାଗି ହାତକୁ ନିଆଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଗୋଷ୍ଠୀ ସମ୍ବଳ ବ୍ୟକ୍ତି ପ୍ରଶାନ୍ତ ଭୋଇ,କରୁଣାକର ମାଝୀ, ଆରବିନ ବେକ, ଉପାସୀ ପଧାନ, ବିନିତା ଭୋଇ, ବିପିନ ମିଞ୍ଜ, ଉମାକାନ୍ତ ପଟେଲ, ଅନ୍ଧ୍ରିଆସ ଟପୋ ପ୍ରମୁଖ ସହଯୋଗ କରିଥିବା ବେଳେ ଶେଷରେ ଜ୍ଞାନେନ୍ଦ୍ର ପାଲ ଧନ୍ୟବାଦ ଅର୍ପଣ କରିଥିଲେ ।