ବାଗେଶ୍ୱରୀ କ୍ଲବ ପକ୍ଷରୁ ରଜ ଓ ଧରିତ୍ରୀ ଉତ୍ସବ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଏକ ଗ୍ରାମାଞ୍ଚଳ ସଂପତ୍ତିଆ ପଂଚାୟତର ବାଗପୁଞ୍ଜି ଗ୍ରାମରେ ବାଗେଶ୍ୱରୀ କ୍ଲବ ପକ୍ଷରୁ ପ୍ରତିବର୍ଷ ପରି ରଜ ଓ ଧରିତ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି । ଏହାକୁ ସମାଜସେବୀ ନବେନ୍ଦୁ ପ୍ରଧାନ ଉଦଘାଟନ କରିଥିଲେ । ଶିକ୍ଷକ ଅରବିନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଓଡିଶୀ ନୃତ୍ୟଶିଳ୍ପୀ ବିଭାସ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶାର ସଂସ୍କୃତି ମଧ୍ୟରେ ରଜପର୍ବ ଅନ୍ୟତମ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ କୃପାନିଧି ସିଂ ଓ ସମ୍ମାନୀତ ଅତିଥିଭାବେ ହରିଶଂକର ହୁଇ ଯୋଗ ଦେଇଥିଲେ । ରଜ କ୍ୟୁଇନ୍ ଓ ମେଗା ଗ୍ୟାନ୍ସ ପ୍ରତିଯୋଗିତା ଅଡିସନରେ ୩୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଏଥିରେ ଡା. ଲଲାଟେନ୍ଦୁ ଦାସ ଓ ଗୁରୁପ୍ରସାଦ ଦାସ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ସୁଧାଂଶୁ କୁମାର ପାତ୍ର ମଂଚ ଆହ୍ୱାନ କରିଥିବା ବେଳେ ରଂଜନ କୁମାର ସିଂ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆନ୍ତର୍ଜତୀୟ ଓଡିଶୀ ନୃତ୍ୟଶିଳ୍ପୀ ବିଭାସ ଦାସଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଦିନ ଆୟୋଜିତ ସଭାରେ ଅରବିନ୍ଦ ସାମଲ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜଳେଶ୍ୱର ବ୍ଲକ ହାଇସ୍କୁଲ ନୋଡାଲ ଅଫିସର ମୁରଲୀ ମୋହନ ପ୍ରଧାନ ଓ ମୁଖ୍ୟବକ୍ତା ଭାବେ ସୁବଳ ଚନ୍ଦ୍ର ଦେ ଯୋଗ ଦେଇ ଉପାନ୍ତ ଅଂଚଳରେ ଅନୁଷ୍ଠିତ ହେଉଥିବା ରଜପର୍ବ ପଶ୍ଚିମବଂଗ ଓ ଓଡିଶା ସୀମାନ୍ତ ଗାଁ ଗୁଡିକରେ ବନ୍ଧୁତା ଓ ଭାଇଚାରା ସୃଷ୍ଠି କରିବାରେ ସହାୟକ ହେଉଛି ବୋଲି କହିଥିଲେ । ସମ୍ମାନୀତ ଅତିଥିଭାବେ ନବେନ୍ଦୁ କୁମାର ପ୍ରଧାନ ଯୋଗ ଦେଇଥିଲେ । କଟକର ବାରବାଟୀ ଡେନ୍ସଗ୍ରୁପର ଡାଇରେକ୍ଟର ଏନ୍ କାଜଲ ରାଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ହେଉଥିବା ରଜକ୍ୟୁଇନ୍ ଓ ମେଗା ଡେନ୍ସ ପ୍ରତିଯୋଗୀତାରେ ଗୁରୁପ୍ରସାଦ ଦାସ ଓ ମିସ୍ ଋତୁ ବିଚାରକଭାବେ ଯୋଗ ଦେଇଥିବା ବେଳେ ଏଥିରେ ୪୦ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ଶେଷରେ ବାରବାଟୀ ଡେନ୍ସ ଗ୍ରୁପର ରଂଗାରଂଗ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା