
ଛତ୍ରପୁର (ସମୃଦ୍ଧ ଓଡିଶା) ଫନି ବାତ୍ୟାର କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବିଭିନ୍ନ ସହାୟତା ପ୍ରଦାନ କରାଯାଉଥିବା ବେଳେ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ୨ନଂ ୱାର୍ଡବାସୀ । ଏହି ଟଙ୍କାକୁ ଚେକ ଆକାରରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପଠାଇବା ନିମନ୍ତେ ଛତ୍ରପୁର ଠାରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଳାଙ୍ଗଙ୍କୁ ୱାର୍ଡର ଏମ. ମାଧବ କାୟା ଓ ଏସ.ମୋହନ ରାଓ ପ୍ରମୁଖ ସାକ୍ଷତ କରି ଏହି ଚେକକୁ ପ୍ରଦାନ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା