ବାତ୍ୟା କ୍ଷତି ଭରଣ ପାଇଁ ସିପିଆଇର ବିରାଟ ଶୋଭା ଯାତ୍ରାରେ ଦାବୀପତ୍ର ପ୍ରଦାନ…

ଛତ୍ରପୁର ( ନିମାଇଁ ଚରଣ ପଣ୍ଡା ) ଗତ ୧୧ ତାରିଖ ତିତିଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା ତଥା ପ୍ରାକୃତିକ ଦୁର୍ବିପାକ ଗଂଜାମ ଗଜପତି ଜିଲ୍ଲାକୁ ସର୍ବସ୍ୱାନ୍ତ କରିଥିବାବେଳେ ଛତ୍ରପୁର ବ୍ଲକ ଅଞ୍ଚଳରେ ମଧ୍ୟ ନାହିଁ ନଥିବା କ୍ଷତି ଘଟାଇଛି । ଏଥିରେ ସରକାର ବିଫଳ ହୋଇଥିବାରୁ ଛତ୍ରପୁର ବ୍ଲକ ସିପିଆଇ ପକ୍ଷରୁ ଭାରତୀୟ କମ୍ୟୁନିଷ୍ଟି ପାର୍ଟି ଛତ୍ରପୁର ଓ ଚମଖଣ୍ଡି ଜୋନର ସିପିଆଇ କର୍ମୀମାନେ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପୂରଣ ପାଇଁ ବିଡିଓଙ୍କୁ ଦେଲେ ସ୍ମାରକ ପତ୍ର । ଜିଲ୍ଲାର ସିପିଆଇର ପ୍ରମୁଖ ନେତା ଡ଼ି. ଆଦି ନାରାୟଣ ରେଡ୍ଡୀଙ୍କ ସମେତ ଚି. ଜନାର୍ଦନ ରେଡ୍ଡୀ, ଆଲୋକନାଥ ମିଶ୍ର, ଏସ. କ୍ରିଷ୍ଣା ରେଡ୍ଡୀ, ପ୍ରକାଶ ପାତ୍ର, ଗୋକୁଳଚନ୍ଦ୍ର ପଣ୍ଡା, ନୀଳକଣ୍ଠ ଦାସ, ପ୍ରମୁଖଙ୍କ ନେତୃତ୍ୱରେ ଛତ୍ରପୁର ଲକ୍ଷ୍ମଣ ଭବନଠାରୁ ଏକ ବିରାଟ ପଟୁଆରରେ ଆସି ବିଡିଓଙ୍କୁ ବିଭିନ୍ନ ଦାବି ନେଇ ସ୍ମାରକ ପତ୍ର ଦେଇଥିଲେ । ଗତ ବାତ୍ୟାରେ ଛତ୍ରପୁର ବ୍ଲକର ଅଧିକାଂଶ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇ ଖରିଫ ଫସଲ ଓ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଧିକାଂଶ ଲୋକଙ୍କର ଚାଳ ଛପର ଘର, ଆଜବେଷ୍ଟସ ଘର ଆଦି ଉଡିଯାଇଥିବାରୁ ସେମାନେ ବାସହରା ହୋଇଛନ୍ତି ବୋଲି ସୂଚନା ଦିଆଯାଇଛି । ଋଷୀକୂଲ୍ୟ ନଦୀତଟରେ ଥିବା ଗ୍ରାମଗୁଡିକ ବନ୍ୟା ପାଣିରେ ବ୍ୟାପକ କ୍ଷତି ଘଟାଇଛି । ଯୁଦ୍ଧକାଳୀନ ଭିତରେ କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ ପ୍ରଦାନ କରାଯାଇ ପାରିନାହିଁ । ଚାଷୀଙ୍କୁ ତୁରନ୍ତ ଫସଲ ହାନୀ ଯୋଗୁଁ କ୍ଷତି ପୂରଣ ଦେବା, ବାସ ହରାଙ୍କୁ ଘର ଯୋଗାଇବା ଆଦି ଦାବି ନେଇ ସ୍ମାରକ ପତ୍ର ଦିଆଯାଇଛି । କେମିତି ଥିଲା ସିପିଆଇ କର୍ମୀଙ୍କ ଏହି ରାଲି ଆସନ୍ତୁ ଦେଖିବା…