

ସାନଖେମୁଣ୍ଡି (ସମୃଦ୍ଧ ଓଡିଶା) ସାନଖେମୁଣ୍ଡି ବ୍ଲକ କଙ୍କରଡା ଗ୍ରାମ ସ୍ଥିତ ମାଁ ନାରାୟଣୀଙ୍କ ପୀଠରେ ନିଜ ହାତ ପାଣ୍ଠିରୁ ବିଧାୟକ ରମେଶ ଚନ୍ଦ୍ର ଜେନା ନିଜ ପିତା ଅରକ୍ଷିତ ଜେନାଙ୍କ କରକମଳରେ ଏକ ହାଇମାକ୍ସ ଲାଇଟର ଉଦଘାଟନ କରିଛନ୍ତି । ଶକ୍ତିପୀଠର ବହୁଦିନରୁ ହାଇମାକ୍ସ ଲାଇଟର ଆବଶ୍ୟକତା ରହିଥିବା ବେଳେ ବିଧାୟକ ଶ୍ରୀ ଜେନା ଆଜି ହାଇମାକ୍ସ ଲାଇଟ୍ ସ୍ଥାପନ କରିଥିବା ଜଣାପଡିଛି । ଆଜି ପବିତ୍ର ଦୁର୍ଗାଅଷ୍ଟମୀ ତିଥି ହୋଇଥିବା ବେଳେ ବିଧାୟକ ରମେଶ ଜେନା ନିଜ ପିତାଙ୍କ ସହ ମନ୍ଦିର ଦର୍ଶନ କରିବା ପରେ ବାପା ଅରକ୍ଷିତ ଜେନାଙ୍କ ଦ୍ଵାରା ହାଇମାକ୍ସ ଲାଇଟର ଉଦଘାଟନ କରିଥିଲେ । ଏହାପରେ ବିଧାୟକଙ୍କ ବାପା ଅରକ୍ଷିତ ଜେନା ସୁଉଚ୍ଚ ଲୌହ ସ୍ତମ୍ଭ ସ୍ଥାପିତ ଉଚ୍ଚମାନର ଆଲୋକମାଳା ଖୁଣ୍ଟକୁ ଉନ୍ମୋଚନ କରିବା ସହ ସୁଇଚ ଟିପି ପ୍ରଥମ ଆଲୋକ ବିଚ୍ଛୁରିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିବା ବେଳେ ବହୁଦିନ ଧରି ମାଁ’ଙ୍କ ପୀଠର ଆବଶ୍ୟକତା ପୂରଣ ହୋଇଥିବାରୁ ବିଧାୟକଙ୍କ ଭାବଧାରାକୁ ନେଇ ସାଧାରଣରେ ଆଲୋଚିତ ହେଉଥିବା ବେଳେ ବୁଦ୍ଧିଜୀବୀଙ୍କ ମହଲରେ ଉଚ୍ଚ ପ୍ରଶଂସା କରାଯାଉଥିବା ଜଣାପଡିଛି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା



