

ରାୟଗଡ଼ା (ସମୃଦ୍ଧ ଓଡିଶା) ରାୟଗଡ଼ା ଜିଲ୍ଲା ଟିକିରି ନିକଟସ୍ତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ କୁନ୍ଦୁପୁଟ ଗ୍ରାମରେ ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି କୁନ୍ଦୁପୁଟ ଗ୍ରାମର ସୁଧିର ମାଝୀଙ୍କ ମୃତ୍ୟୁ ଘଟିଛି । ରାତି ପ୍ରାୟ ୨ ଘଣ୍ଟା ସମୟରେ ନିଜ ଶ୍ଵଶୁର ଘର ପାନବନ୍ଧ ଠାରୁ ଫେରୁଥିବା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୂତ୍ୟ ଘଟିଛି ଏବଂ ତାଙ୍କ ସାଙ୍ଗରେ ଥିବା ବାଲିଆଖଡା ଗ୍ରାମର ୨ଜଣ ଗୁରୁତର ଆହାତ ହୋଇଛନ୍ତି । ଏମିତି ପ୍ରାୟ ସବୁ ସମୟରେ ଉକ୍ତ ଅଞ୍ଚଳରେ ଏମିତି ଦୂ୍ର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେବା ସହ ଅଞ୍ଚଳରେ ବିଦ୍ୟୁତ୍ ସମସ୍ୟା ଦେଖାଦେଇଛି । ଏହି ଘଟଣା ର ତଦନ୍ତ କରାଯାଇ ଦସୀକୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।
ରିପୋର୍ଟ : ତୁଷାର ରଞ୍ଜନ ସାହୁ
