କଟକ(ସମୃଦ୍ଧଓଡିଶା)କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କଟକ ଉପର ବାଲିଯାତ୍ରା ପଡ଼ିଆ ରୋଟାରୀ ଆଇ ହସ୍ପିଟାଲ କ୍ୟାମ୍ପ ରେ ଅନୁଷ୍ଠାନର ୬୨ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ବାଲିଯାତ୍ରା ବିଶ୍ଵ ଆଧ୍ୟାତ୍ମିକ ଚେତନା ସମ୍ମିଳନୀ ଆୟୋଜିତ ହୋଇ ଯାଇଛି । ଏହି ଅବସରରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଭକ୍ତି ସଙ୍ଗୀତ ଗାନ କରି ପରିବେଶକୁ ଅମୃତମୟ କରିଥିଲେ । ଉକ୍ତ ଅବସରରେ ଧବଳେଶ୍ଵର ସାରସ୍ବତ ଆଶ୍ରମର ସଭାପତି ଶ୍ରୀ ମାନସ ଚୈତନ୍ୟ ମହାରାଜା ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦ୍ ଘାଟନ କରିଥିଲେ । ସବୁ ଧର୍ମର ସାରମର୍ମ ମାନବସେବା ବୋଲି ଗୀତା, ଭାଗବତ ଏବଂ ବାଇବେଲ କୁ ଉଦାହରଣ ଦେଇ ସମୀକ୍ଷା କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଭାତ କୁମାର ନନ୍ଦ, ପ୍ରାକ୍ତନ ପାରାଦ୍ଵୀପ ପୋର୍ଟର ଅଧ୍ୟକ୍ଷ କୈବଲ୍ୟ ସାହିତ୍ୟ ସଂସଦ ବିଶ୍ଵର ଶ୍ରେଷ୍ଠ ଆଧ୍ୟାତ୍ମିକ ଅନୁଷ୍ଠାନ ବୋଲି ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ବ କରି ଧର୍ମ ଏବଂ ମାନବବାଦର ସମ୍ମିଳିତ ସ୍ଵର ଆଧ୍ୟାତ୍ମିକ ଚେତନା ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟ ବକ୍ତା ଶ୍ରୀମତୀ ସ୍ମୃତି ପଟ୍ଟନାୟକ , ବରିଷ୍ଠ ସଭାନେତ୍ରୀ କୈବଲ୍ୟର ତାତ୍ପର୍ଯ୍ୟ, ବାଲିଯାତ୍ରା , ମାନବବାଦକୁ ବ୍ୟାଖ୍ୟା କରି ଆଧ୍ୟାତ୍ମିକ ଚେତନାର ପରିଭାଷାକୁ ସ୍ପଷ୍ଟ କରିଥିଲେ । ସମ୍ମାନିତ ବକ୍ତା ଡଃ ଦିପାୟାନ ପଟ୍ଟନାୟକ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପ୍ରକରଣ ହେଉଛି ମନବସେବା ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଲିଙ୍ଗରାଜ ପତି,ଶ୍ରୀଯୁକ୍ତ ସତ୍ୟବ୍ରତ ପୁହାଣ,ଲଳିତେନ୍ଦୁ ପାଲାଉରି ,ଡ. ଆଲୋକ କୁମାର ସାହୁ,ଡ଼କ୍ଟର ସେକ କଲିମୂଲ୍ଲା,ବିଶ୍ଵନାଥ ପଣ୍ଡା ,ଭଗବତୀ ଖଟୁଆ ଯୋଗଦାନ କରି ଉତ୍କଳୀୟ ସଂସ୍କୃତିର ବାଲିଯାତ୍ରା ଏବଂ ବିଶ୍ଵ ମାନବବାଦର ବ୍ୟାଖ୍ୟା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦ ର ଆଧ୍ୟାତ୍ମିକ ଚେତନାର ପ୍ରତୀକ ପତାକା ଉନ୍ମୋଚିତ କରାଯାଇଥିଲା । ଉକ୍ତ ଅବସରରେ ଓଡ଼ିଶା ସେବା ଗୌରବ ସମ୍ମାନ ୨୦୨୪ ଶ୍ରୀମତୀ ସ୍ମୃତି ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ମଞ୍ଚରେ ଏବଂ ମଞ୍ଚ ବାହାରେ ବାଲିଯାତ୍ରା ପଡ଼ିଆରେ ୨୦୦ ପ୍ରତିଭାଙ୍କୁ ସେବା ଗୌରବ ଏବଂ ଆଧ୍ୟାତ୍ମିକ ଚେତନା ସମ୍ମାନ ପ୍ରଦାନ କରାଯାଇଥିଲା । ଜଗତସିଂହପୁରର କବୟିତ୍ରୀ ସଂହିତା ଜେନା ଧନ୍ୟବାଦ୍ ଅର୍ପଣ କରିଥିଲେ ।
ରିପୋର୍ଟ : ରଜତ ମହାପାତ୍ର