ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ମଧ୍ୟରାତ୍ରରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଅତିରିକ୍ତ ଚିକିଟି ତହସିଲଦାର ଓ ପାତ୍ରପୁର ତହସିଲଦାରଙ୍କ ସହଯୋଗରେ ଚିକିଟି ତହସିଲ ଅନ୍ତର୍ଗତ ବଡ଼ ବରଙ୍ଗା ଠାରେ ମହଜୁଦ ଥିବା ବାଲିକୁ ଆନ୍ଧ୍ର ଚାଲାଣ କରୁଥିବା ସମୟରେ ୭ଟି ଗାଡିକୁ ସିଜ କରାଯାଇ ବର୍ତ୍ତମାନ ତହସିଲ ପରିସର ମଧ୍ୟରେ ରଖା ଯାଇଥିବା ଜଣାପଡିଛି । ସୂଚନା ଯେ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏହି ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ଉପଜିଲ୍ଳାପାଳ, ବ୍ରହ୍ମପୁର ଷ୍ଟାଫ, ଚିକିଟୀ ଓ ପାତ୍ରପୁର ତହସିଲ ଷ୍ଟାଫ, ଚିକିଟୀ ଏନ.ଏ.ସି ଷ୍ଟାଫ ସହଯୋଗ କରିଥିଲେ । ସିଜ ହୋଇଥିବା ଟ୍ରକ ଗୁଡିକ ହେଲା – AP16TX3141, AP16TX6357, AP28TE8586, AP05V0567, AP37Y1439, AP35T1767, AP37V7376, ଗୋଟିଏ ଟ୍ରକ AP39TB6359ର ଯାନ୍ତ୍ରିକ ତ୍ରୁଟି ଯୋଗୁ ତହସିଲ ପରିସରକୁ ଅଣା ଯାଇ ପାରି ନ ଥିଲା । ଏହି ଗାଡିର ସବିଶେଷ ତଥ୍ୟ ଦେବା ପାଇଁ ଗଞ୍ଜାମ ଆରଟିଓଙ୍କୁ କୁହାଯିବ ଓ ଗାଡି ମାଲିକଙ୍କୁ ନୋଟିସ କରାଯିବ । ଏହି ଚଢ଼ାଉ ସମୟରେ ଗୋଟିଏ ବାଇକ OR07L2451କୁ ମଧ୍ୟ ସିଜ କରାଯାଇଛି । ସିଜ ହୋଇଥିବା ଗାଡି ଗୁଡିକ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା