ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ମହମ୍ମଦନଗର ପାଟଣା ପଂଚାୟତସ୍ଥ ସୁବର୍ଣ୍ଣରେଖା ନୂଦୀକୂଳରେ ଅବସ୍ଥିତ ବାଲୁକେଶ୍ୱର ଐତିହାସିକ ମହାଦେବ ମନ୍ଦିରର ପାଟ ଉତ୍ସବ ଗତକାଲି ସମ୍ପନ୍ନ ହୋଇଛି । ପ୍ରକାଶଯୋଗ୍ୟ ଏ ଅଂଚଳରେ ଥିବା ଶିବ ମନ୍ଦିରରେ ପ୍ରତିବର୍ଷ ପାଟ ଉତ୍ସବ ପାଳିତ ହୋଇ ଆସୁଥିବା ବେଳେ ଏଠାରେ ତାହା ନ ହୋଇ ଶ୍ରୀ ଶ୍ରୀ ଜୀଉଙ୍କର ନିର୍ଦ୍ଦେଶକ୍ରମେ କିଛି କିଛି ବର୍ଷ ଅନ୍ତରରେ ହୋଇଥାଏ । ଗତ ୧୧-୫-୧୯ରିଖରେ ଘଟୋତ୍ତଳନ ହୋଇଥିବା ବେଳେ ୨୦ ତାରିଖରେ ପବିତ୍ର ନୀଳପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ପାଟ ଉତ୍ସବରେ ୧୪ଜଣ ଭକ୍ତା ପୂଜାପାଠ ଶେଷ କରିବା ପରେ ସୁସଜ୍ଜିତ ମଣ୍ଡି (ରଥ) ଦ୍ୱାରା ନଦୀକୂଳରୁ ମନ୍ଦିର ପର୍ଯ୍ୟନ୍ତ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଆସିଥିଲେ । ପାରମ୍ପରିକ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଏହି ଦୃଶ୍ୟକୁ ଦେଖିବା ପାଇଁ ହଜାର ହଜାର ଭକ୍ତ ରୁଣ୍ଡ ହୋଇଥିଲେ । ପାଟଭକ୍ତା ଅଜୟ କୁମାର ସାହୁଙ୍କ ସୁସଜ୍ଜିତ ମଣ୍ଡି ସର୍ବାଗ୍ରେ ଥିବା ବେଳେ ଅନ୍ୟ ଭକ୍ତାଙ୍କ ମଣ୍ଡି ଗୁଡି କ୍ରମନ୍ନୟରେ ରହିଥିଲା । ଏଥିରେ ଗ୍ରାମ୍ୟମୁଖ୍ୟ ରାଧାଶ୍ୟାମ ସାହୁ, ଲକ୍ଷ୍ମିନାରାୟଣ ମାହାଲ, ରାମକୃଷ୍ଣ ନନ୍ଦୀ, ହିମାଂସୁ ନନ୍ଦି, ମୁରଲୀଧର ବାରିକ, ଗିରିଜ ଶଂକର ସାହୁ, ସୃଷ୍ଟିଧର ବେହେରା ଓ ସୁଧାଂଶୁ ସେଖର ସାହୁ ପ୍ରମୁଖ ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା