ବାଲେଶ୍ୱର ରେଳ ଓଭରବ୍ରିଜ୍ ଦୁର୍ଘଟଣା ପାଇଁ ବହୁ ଟ୍ରେନ୍ ବିଳମ୍ବିତ : ଯାତ୍ରୀ ହନ୍ତସନ୍ତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଶୋଭାରାମପୁରଠାରେ ନିର୍ମାଣାଧିନ ରେଳ ଓଭର ବ୍ରିଜରୁ ସ୍ଲାବ ଖସିପଡିବା ଫଳରେ ବିଦ୍ୟୁତ ତାର ଛିଣ୍ଡି ଯିବା ପରେ ସେହି ରୁଟ୍ରେ ଯିବା ଆସିବା କରୁଥିବା ସମସ୍ତ ଅପ୍ ଏଣ୍ଡ ଡାଉନ୍ ଟ୍ରେନ୍ ଗୁଡିକ ବିଳମ୍ବରେ ଚଳାଚଳ କରୁଛି । ପୂର୍ବରୁ ଡାଉନ୍ ଯାଜପୁର-ଖଡଗପୁର ଲୋକାଲ, ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନ୍କୁ ବାତିଲ କରାଯାଇଥିବା ବେଳେ ଖଡଗପୁର-ଭଦ୍ରକ ଲୋକାଲ ନିର୍ଦ୍ଧାରିତ ସମୟଠାରୁ ସକାଳ ୮.୨୦ପରିବର୍ତ୍ତେ ପର୍ବାହ୍ନ ୧୧.୨୦ରେ ବାଲେଶ୍ୱର ଅଭିମୁଖେ ଯାଇ ସେଠାରୁ ସ୍ପୋଶଲ ଟ୍ରେନ୍ ରୂପେ ଅପରାହ୍ନ ୪ଟାରେ ଫେରି ଆସିଛି । ସେହିପରି ଖଡଗପୁର ବାଲେଶ୍ୱର ବାରିପଦା ଟ୍ରେନଟି ରୁପ୍ସାଠାରେ ବାଗିଂରୀପୋଷି ଅଭିମୁଖେ ଯାତ୍ରା କରିଛି । ଅପ୍ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ନିର୍ଦ୍ଧିାରିତ ସମୟଠାରୁ ସାଢେ ୩ଘଣ୍ଟା ବିଳମ୍ବରେ ଡିଜେଲ ଇଂଜିନ୍ ସହାୟତାରେ ଯାତ୍ରା କରିଛି । ଫଳରେ ବିଭିନ୍ନ ଷ୍ଟେସନରେ ବହୁ ଯାତ୍ରୀମାନେ ଅଟକି ରହିଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା