

ବୁଗୁଡା (ସମୃଦ୍ଧ ଓଡିଶା) ବୁଗୁଡା ଶ୍ରୀ ବିରଞ୍ଚୀନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟରେ ନଭେମ୍ବର ୨୬ ତାରିଖ ଦିନ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଭାରତର ସମ୍ବିଧାନ ପୃଥିବୀର ଏକ ଶ୍ରେଷ୍ଠ ସମ୍ବିଧାନ ହୋଇଥିବା ମତ ପ୍ରକାଶ ପାଇଥିଲା । ୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଡ଼ଃ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପ୍ରଣୟନ ସଭାରେ ଆମ ଦେଶର ସମ୍ବିଧାନ ଗୃହୀତ ହେବା ସହ ୧୯୫୦ ଜାନୁୟାରୀ ୨୬ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ପାଣିଗ୍ରାହୀ, ଅମୀୟ କୁମାର ଭୂୟାଁ, ଜଗନ୍ନାଥ ସୁତାର, ଲକ୍ଷ୍ମୀପ୍ରିୟା ବେହେରା, ରବି ନାରାୟଣ ବରିହା, ସୁବଳ କଅଁର, ବିଷ୍ଣୁପ୍ରିୟା ପତି, ସଂଘମିତ୍ରା ରଥ, ସୁକାନ୍ତି ରାଜଗୁରୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।