ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟରେ କୃଷକ ମାନଙ୍କ ଠାରୁ ଧାନ କିଣା ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ସେମାନଙ୍କ ଧାନକୁ ସରକାରୀ ସ୍ତରରେ ବିକ୍ରୟ କରିପାରିବେ ଏଥିନିମନ୍ତେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବାହାର ରାଜ୍ୟରୁ ଯେଭଳି ଧାନ ଆସି ରାଜ୍ୟରେ ବିକ୍ରୟ ନହୁଏ ଏହା ଉପରେ ତୀକ୍ଷ୍ଣ ନଜର ରଖାଇଯାଇଛି । ବିଶେଷକରି ରାଜ୍ୟର ସୀମାନ୍ତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏହି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲାରେ ୧୦ଟି ସ୍କ୍ୱାଡ଼ ଏବଂ ସମ୍ବଲପୁର ଜିଲ୍ଲାରେ ୨୧ଟି ସ୍କ୍ୱାଡ଼ ସମେତ ବିଭିନ୍ନ ଜିଲ୍ଲାରେ ଏପର୍ଯ୍ୟନ୍ତ ୮୪ଟି ଏନଫୋର୍ସମେଣ୍ଟ ଟିମକୁ ନିଯୁକ୍ତ କରାଯାଇଛି । ପର୍ଯ୍ୟାୟକ୍ରମେ ଆହୁରି ଅଧିକ ସ୍କ୍ୱାଡ଼କୁ ଧାନ କିଣା ବେଳେ ସମ୍ପୃକ୍ତ ଜିଲ୍ଲାରେ ମୁତୟନ କରାଯିବ । ସେମାନେ ସୀମାବର୍ତ୍ତୀ ରାଜ୍ୟରୁ ଧାନନେଇ ଆମ ରାଜ୍ୟ ମଧ୍ୟକୁ ଆସୁଥିବା ଗାଡି ଉପରେ ନଜର ରଖିବେ । ମଣ୍ଡିରୁ ମିଲସ ଓ ଡିପୋକୁ ଯାଉଥିବା ଗାଡି ମଧ୍ୟ ସେମାନଙ୍କ ନଜରରେ ରହିବ । କୌଣସି ଅନିୟମିତତାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସେହି ଗାଡିକୁ ଜବତ କରିବାକୁ ସେମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ଯୋଗାଣ ଅଧିକାରୀ ମାନେ ଏଥି ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବେ । ନିୟୋଜିତ ଅଧିକାରୀ ଓ ସେମାନଙ୍କ ଯୋଗାଯୋଗ ବ୍ୟବସ୍ଥା ଉପରେ ସେହି ଜିଲ୍ଲାର ଜିଲ୍ଲାପାଳ ନିର୍ଦ୍ଧାରଣ କରିବେ । ଟୋକନ ପ୍ରାପ୍ତ ଚାଷୀମାନେ ମଣ୍ଡିକୁ ଆସି ସେମାନଙ୍କ ଧାନ ବିକ୍ରୟ କରି ଉତ୍ତମ ଅନୁଭୂତି ନେଇ ଫେରିବେ ଏଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭିନ୍ନ ମଣ୍ଡିରେ ଆନୁସଙ୍ଗିକ ବ୍ୟବସ୍ଥା କରିଵା ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ରଜତ ମହାପାତ୍ର
Govt keeps eyes on outside of state paddy trucks : Deploys Enforcement Teams in all Districts
Bhubaneswar (Samrudha Odisha)The government has taken various steps to bring transparency in the process of procurement of paddy from farmers in the state. Massive awareness drives are being created so that eligible farmers can sell their paddy at the government level. A vigilant watch has been kept on ensuring that paddy does not come from outside the state and is not sold in the state. This system has been tightened especially in the bordering districts of the state. So far, 84 enforcement teams have been deployed in various districts, including 10 in Bargarh district and 21 in Sambalpur district. More squads will be deployed in the respective districts during paddy procurement in a phased manner. They will keep an eye on vehicles coming into our state with paddy from the border state. Vehicles going from mandi to mills and depots will also be under their strict watch . They have been empowered to take immediate action and seize the vehicle if there is any complaint of irregularity. Civil Supply officers of the respective districts will take appropriate steps for the same. The collectors of that district will decide on the officers deployed and their communication system.Necessary steps have been taken to ensure that the token farmers come to the mandis and sell their paddy and come back with a better experience. The government has already issued orders to make necessary arrangements in various mandis.
Report by Rajat Mohapatra