ଜଳେଶ୍ୱର (ସମୃଦ୍ଧ ଓଡିଶା) କ୍ରମବର୍ଦ୍ଧିଷ୍ଣୁ ଜଳେଶ୍ୱର ସହର ଦିନକୁ ଦିନ ବିଭିନ୍ନ ଉଠା ଦୋକାନୀ ମାନଙ୍କର ଭିଡ ଯୋଗୁଁ ଟ୍ରାଫିସ୍ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଫଳରେ ସହର ଦେଇ ଯାଇଥିବା ମୁଖ୍ୟ ରାସ୍ତା ସଂକୁଚିତ ହେବା ଫଳରେ ଜନସାଧାରଣଙ୍କୁ ନାହିଁନଥିବା ହଇରାଣ ହେବାକୁ ପଡୁଛି । ବିଶେଷ କରି ଜଳେଶ୍ୱର ସହର ବସଷ୍ଟାଣ୍ଡ, ଷ୍ଟେସନଛକ, ହାଟ ଛକ, କୋର୍ଟବଜାର ଛକ ପ୍ରଭୃତି ନାହିଁନଥିବା ଭିଡ ହେବା ଫଳରେ ସାଧାରଣରେ ଅସନ୍ତୋଷ ବୃଦ୍ଧିପାଇବାରେ ଲାଗୁଛି । ଜଳେଶ୍ୱର ଗୋଷ୍ଠି ଶିକ୍ଷାଧିକାରୀ କାର୍ଯ୍ୟାଳୟ ଓ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଅପରାହ୍ନ ୪ଟା ଠାରୁ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଉଠା ଦୋକାନୀମାନେ ସେମାନଙ୍କର ପସରା ମେଲାଇବା ଫଳରେ ସଂପୃକ୍ତ କାର୍ଯ୍ୟାଳୟମାନଙ୍କୁ ଆସୁଥିବା ବିଶେଷ କରି ଶିକ୍ଷକ, ଶିକ୍ଷୟତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏ ସଂପର୍କରେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ, ଏବିଇଓ ଲଲାଟେନ୍ଦୁ ଜେନା, ସୁଶାନ୍ତ ଜେନା ପ୍ରମୁଖ ମିଳିତ ଭାବେ ସଂପୃକ୍ତ ଦୋକାନୀମାନଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ନ ବସିବା ପାଇଁ ତାଗିଦ୍ କରିଥିଲେ ସୁଦ୍ଧା ଦୋକାନୀମାନେ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯଥାଶୀଘ୍ର ପୋଲିସ୍ ପ୍ରଶାସନ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି ।
ରିପୋର୍ଟ : ଭୂପତି କୁମାର ପରିଡା