

ଢେଙ୍କାନାଳ (ସମୃଦ୍ଧ ଓଡିଶା) ସମ୍ପୂର୍ଣ୍ଣ ସରକାରୀ ରାଷ୍ଟ୍ରାୟତ ସଂସ୍ଥା ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସ୍ଏନ୍ଏଲ୍) ଉନ୍ନତ ମାନର ଟେଲିକମ ନେଟୱାର୍କ କ୍ଷେତ୍ରରେ ସମସ୍ତଙ୍କର ପ୍ରଥମ ପସନ୍ଦ । ଓଡିଶା ବିଏସ୍ଏନ୍ଏଲ୍ ନୂତନ ଭାବେ ବଲାଙ୍ଗୀର ଓ ଭବାନୀପାଟଣାରେ ୪ଜି ସେବା ଶୁଭାରମ୍ଭ କରିଛି ଓ ସୋନପୁର, ନୂଆପଡା ତଥା ଅନ୍ୟାନ୍ୟ ଜିଲ୍ଲାରେ ଏହି ସେବା ଖୁବଶୀଘ୍ର ଉପଲବ୍ଧ ହେବ । ସାରା ଦେଶରେ ଲ୍ୟାଣ୍ଡ ଲାଇନ ସମେତ ବ୍ରଡ଼ବ୍ୟାଣ୍ଡ, ଲିଜଡ଼ ଲାଇନ, ଫାଇବର ଟୁ ହୋମ’ ଏବଂ ଉନ୍ନତ ମାନର ମୋବାଇଲ ନେଟୱାର୍କ ସର୍ଭିସ ଭଳି ବିଭିନ୍ନ ଟେଲିକମ ସେବା ଯୋଗାଇବା ପାଇଁ ବିଏସ୍ଏନ୍ଏଲ୍ ନେଟୱାର୍କ ସମ୍ପ୍ରସାରଣ କରାଯାଉଛି । ଆଜି ଏକ ପଦଯାତ୍ରା (ରାଲି) ମାଧ୍ୟମରେ ଢେଙ୍କାନାଳ ସହର ପରିକ୍ରମା କରି ବିଏସ୍ଏନ୍ଏଲ୍ ଢେଙ୍କାନାଳର ଶତାଧିକ ଅଧିକାରୀ ଏବଂ କର୍ମଚାରୀଗଣ ଏହି ସଚେତନତାର ବାର୍ତ୍ତା ସମସ୍ତଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି । ବିଏସ୍ଏନ୍ଏଲ୍ ସର୍ବଦା ଗ୍ରାହକଙ୍କ ସହ ଥିବାବେଳେ ଆଗକୁ ମଧ୍ୟ ଆହୁରି ଉନ୍ନତମାନର ସେବା ପ୍ରଦାନ କରିବାକୁ ଅଙ୍ଗୀକାରବଦ୍ଧ ବୋଲି ଢେଙ୍କାନାଳ ଦୂରସଞ୍ଚାର ମହାପ୍ରବନ୍ଧକ ପ୍ରଦୀପ କୁମାର ମଲ୍ଲିକ ପ୍ରକାଶ କରିଛନ୍ତି । ସମୟ ସମୟରେ ମୁଦ୍ରିତ ଇଲେକଟ୍ରୋନିକ୍ସ ଗଣମାଧ୍ୟମରେ ପ୍ରସାରିତ ଗୁଜବ ଉପରେ ଧ୍ୟାନ ନ ଦେବାକୁ କାର୍ଯ୍ୟାଳୟର ଉପମହାପ୍ରବନ୍ଧକ ଶ୍ରୀ ବୃନ୍ଦାବନ ବେହେରା ଅନୁରୋଧ କରିଛନ୍ତି । ଏହି ସଚେତନତା ରାଲିରେ ସର୍ବଶ୍ରୀ ସୁଶାନ୍ତ କୁମାର ନାଥ, ଶିବଶଙ୍କର ନନ୍ଦ, ପ୍ରଶାନ୍ତ କୁମାର ରାଉତ, ଲକ୍ଷ୍ମୀକାନ୍ତ ସାହୁ, ମନୋଜ କୁମାର ବିଶ୍ୱାଳ, ପ୍ରମୋଦ କୁମାର ଦାଶ, ଦେବଦତ୍ତ ମଲ୍ଲିକ, ଯୋଗେନ୍ଦ୍ର ଦତ୍ତ, ଉମାକାନ୍ତ ପୃଷ୍ଟି, ଦେବାଶିଷ ପୃଷ୍ଟି, ସୁବ୍ରତ କୁମାର ଦାଶ, ବାସୁଦେବ ନାୟକ, ସରୋଜ ରଞ୍ଜନ ଦାସ, ମହମଦ ଅସଗର ଅଲ୍ଲୀ, ନୃସିଂହନାଥ ମହାରଣା, ବଟକୃଷ୍ଣ ରାଉତ, ବନବିହାରୀ ହୋତା, ପ୍ରତିମା ମିଶ୍ର, ହିତେଶ୍ୱରୀ ମେହେର, ଉପମା ମହାକୁଡ଼, କୁନି ରାଉତ ଏବଂ ତ୍ରିବେଣୀ ସାହୁ ପ୍ରମୁଖ କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି