

ଭୁବନେଶ୍ୱର(ସମୃଦ୍ଧଓଡିଶା)ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ସ୍ୱପ୍ନର ଉତ୍କଳ ପ୍ରସଙ୍ଗରେ ବିଶେଷତ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ମାନଙ୍କ ସମ୍ପର୍କରେ ଏକ ଆଭlସି ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଓଡ଼ିଶା ସୀମା ଅନ୍ତର୍ଗତ ୪ ଟି ରାଜ୍ୟର ୩୨ ଟି ଜିଲ୍ଲାରେ ପ୍ରାୟ ଅଢେ଼ଇ କୋଟି ଓଡ଼ିଆ ବାସ କରୁଛନ୍ତି l ଶିକ୍ଷା ଦିଗରେ ଆନ୍ଧ୍ର ସରକାର ବ୍ୟତୀତ ଛତିଶଗଡ,ପଶ୍ଚିମବଙ୍ଗ ଓ ଝlଡଖଣ୍ଡ ସରକାର ମାନେ ଓଡ଼ିଆ ମାନଙ୍କ ପାଇଁ ସହାୟତା କରୁନାହାନ୍ତି ବୋଲି ଉତ୍କଳ ସମ୍ମିଳନୀ ର କେନ୍ଦ୍ରୀୟ ସଭାପତି ଡ ଅଦୈତ କୁମାର ପାତ୍ର ଥିଙ୍କର୍ଶ କ୍ଳବ୍ ର ୯୨ ତମ ଆଭlସି ଆଲୋଚନାରେ ନିଜର ମତ ପ୍ରକାଶ କରିଛନ୍ତି l ଓଡ଼ିଶା ସରକାରଙ୍କ ଆର୍ଥିକ ସହାୟତାରେ ଉତ୍କଳ ସମ୍ମିଳନୀ ଜରିଆରେ ଓଡ଼ିଆ ପଢ଼ାଇବା ପାଇଁ ୬୦୩ ଶିକ୍ଷକ ନିଯୁକ୍ତି କରାଯାଇ ୩୦୦୦ ଟଙ୍କା ମାସିକ ଦରମା ଦିଆଯାଉଛି l ଏବେ ୪୫୦୦ ଟଙ୍କା କୁ ବୃଦ୍ଧି କରାଯାଇଛି l ଶ୍ରୀ ପାତ୍ର କହିଲେ ଯେ ପ୍ରତି ବର୍ଷ ଓଡ଼ିଶା ବିଧାନ ସଭା ସବ୍ କମିଟି, ଶିକ୍ଷା ବିଭାଗ ସ୍ବତନ୍ତ୍ର ଅଧିକାରୀ ବିଚ୍ଛିନ୍ନାଞ୍ଚଳ ଗସ୍ତ କରି ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥାନ୍ତି l ସଭାରେ ସଭାପତିତ୍ବ କରି ବରଦା ଦାସ ମଧୁ ବାବୁ ଓ ଗୋପବନ୍ଧୁ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତୀୟ କାର୍ଯ୍ୟ କରିବାକୁ କହିଥିଲେ l ଅନ୍ୟତମ ବକ୍ତା ଡ ବାୟl ମନୁ ଚର୍ଚ୍ଚି କହିଲେ ମଧୁ ବାବୁ ଓ ଗୋପବନ୍ଧୁ ଚାହିଁ ଥିଲେ ସମୃଦ୍ଧ ଓ ସଶକ୍ତ ଓଡ଼ିଶା l ବହୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଓଡ଼ିଆମାନେ ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରା କୁ ବଜାୟ ରଖିଛନ୍ତି ତାହା ବଡ କଥା l ବକ୍ତା ପ୍ରଦୀପ ଦାସ,ହିରେନ୍ଦ୍ର ସିଂଦେଓ, ସଂଜୀବ ମହାନ୍ତି, ରୋହିତ ସାହୁ,କାର୍ତ୍ତିକ ପରିଛା, ଦୀପକ ସିଂଦେଓ ,ସ୍ବଦେଶ ସୁନ୍ଦର ପଟ୍ଟନାୟକ,ନିମାଇଁ ସ୍ୱାଇଁ ଓ ଜଗତ ସାମଲ ଆଲୋଚନାରେ ଯୋଗଦେଇଥିଲେ l ଆସନ୍ତା ୨୩ ଶନିବାର ଓଡ଼ିଶାର ସୀମା ସମସ୍ୟା ଉପରେ ଅlଭାସି ଆଲୋଚନା ଅନୁଷ୍ଠିତ ହେବ l
ବରଦା ଦାସ
ସଭାପତି, ଥିଙ୍କର୍ଶ କ୍ଳବ୍