

ପୁରୀ (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ବନାମ ବିଜୁବାବୁଙ୍କ ଆଜି ଜନ୍ମ ଦିନରେ ସମଗ୍ର ଓଡ଼ିଶାବାସୀ ତାଙ୍କୁ ସ୍ମରଣ ପାଇଁ ମାତି ଉଠିଛନ୍ତି କିଏ କେଉଁଠି ରଙ୍ଗ ବେରଙ୍ଗ ସାଜସଜା କରି ଅବା କିଏ ସଭା ସମିତି କରି ଅବା କିଏ ଗୀତ ସଙ୍ଗୀତ ମାଧ୍ୟମରେ ତାଙ୍କୁ ଓ ତାଙ୍କ କାର୍ଯ୍ୟ ଶୈଳୀକୁ ସ୍ମରଣ କରୁଥିବା ବେଳେ ପୁରୀ ସମୁଦ୍ର କୂଳ ମଧ୍ୟ ଏଥିରୁ ବାଦ ପଡିନି ବାଲୁକା ଶିଳ୍ପୀମାନେ ସମୁଦ୍ର ବେଳାଭୂମିରେ ବିଜୁ ବାବୁଙ୍କ ମୂର୍ତ୍ତି ବନେଇ ପର୍ଯ୍ୟଟକ ମାନଙ୍କ ମନ ମୋହିଥିବା ଖବର ଆମର ହସ୍ତଗତ ହୋଇଛି । ତାଙ୍କ ଜନ୍ମ ଦିନକୁ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ରୂପେ ପାଳନ କରି ଆସୁଛନ୍ତି । ସେପଟେ ରାଜ୍ୟ ସ୍ତରୀୟ ବିଜୁ ଜୟନ୍ତୀ ତଥା ପଞ୍ଚାୟତରାଜ ଦିବସ ସରକାର ପାଳନ କରୁଥିବା ବେଳେ ପୁରୀ ବେଳାଭୂମିରେ ଏହି ଉପଲକ୍ଷେ ସୁଦର୍ଶନ ସ୍ୟାଣ୍ଡ ଆର୍ଟ ଇନଷ୍ଟିଚ୍ୟୁଟ ପକ୍ଷରୁ କରାଯାଇଥିବା ବିଜୁ ବାବୁଙ୍କ ବାଲୁକା କଳାକୃତି ବେଶ୍ ଆକର୍ଷଣୀୟ ହୋଇଥିବାରୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମିଛି ।
ରିପୋର୍ଟ : ଭ୍ରାମ୍ୟମାଣ ପ୍ରତିନିଧି ନିମାଇଁ ଚରଣ ପଣ୍ଡା
Nice
thanks