


ଢେଙ୍କାନାଳ (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୨୩ତମ ଶ୍ରାଦ୍ଧ ଦିବସ ଅବସରରେ ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ତରଫରୁ ସଭାପତି ସୁରଜ ମହାପାତ୍ରଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ଟି ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସହ ଗତ ୧୦ଦିନ ମଧ୍ୟରେ ମୋଟ ୧୫୮ୟୁନିଟ ରକ୍ତ ସଂଗୃହୀତ ହୋଇଥିବା ଜଣାଯାଇଛି । ଆଉ ମଧ୍ୟ ଆଜି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଯୋଗୁଁ ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ଠାରେ ଅସୁସ୍ଥ ଲୋକମାନଙ୍କୁ ପାଉରୁଟି, ବିସ୍କୁଟ, ଫଳ ଏବଂ ମାସ୍କ ବଣ୍ଟନ କରାଯାଇଛି ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା


