ବିଜୁବାବୁ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ…

ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଳବ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସଂମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଓଡିଶାରେ ବହୁ ଆଖି ଦୃଶିଆ କାର୍ଯ୍ୟ ତାଙ୍କ ଦ୍ୱାରା ସମ୍ଭବପର ହୋଇପାରିଥିଲା । ବିଜୁବାବୁଙ୍କ ପରିବାରରୁ ଧର୍ମ ନିରକ୍ଷେପତାର ପରିଚୟ ମିଳେ । ସେମାନେ ୩ ଭାଇ ଥିଲେ ଓ ଭିନ୍ନ ଭିନ୍ନ ତିନି ଜାତିର କନ୍ୟାକୁ ବିବାହ କରିଥିଲୋ ତାଙ୍କ ପରି ସାହାସ ପାଇଲଟ ଭାରତ କାହିଁକି ସାରା ପୃଥିବୀରେ କମ ଅଛନ୍ତି । ୧୯୪୫ ମସିହାରେ ବିଜୁବାବୁ ଜେଲରୁ ଖଲାସ ହେଲେ । କିନ୍ତୁ ସେ ଜେଲରୁ ଛାଡ ପାଇଲା ପରେ ମଧ୍ୟ ତାଙ୍କ ଉପରେ କଟକଣା ଜାରି ହୋଇଥିଲା । ସେ ନିଜ ବାସସ୍ଥାନ ଠାରୁ ୩୦ ମାଇଲରୁ ଅଧିକ ଦୂର ଅନ୍ୟ କେଉଁଠିକୁ ଯାଇପାରିବେ ନାହିଁ ବୋଲି ବାରଣ କରିଥିଲେ । ସେଥିପାଇଁ ସେ ମନେ ମନେ କଟକ ଓ ଚୌଦ୍ୱାରକୁ ନିଜର କର୍ମସ୍ଥଳି ଭାବେ ବାଛି ନେଇଥିଲେ । ସେତେବେଳେ ଚୌଦ୍ୱାର ଥିଲା ଗୋଟିଏ ରୁକ୍ଷ ଟାଙ୍ଗରା ଭୂଇଁ । ରାସ୍ତାଘାଟ କିଛି ନାହିଁ । ଚୌଦ୍ୱାରକୁ ଲୁଗାକଳ ଥିଲା ଓଡିଆବାସୀଙ୍କୁ ବିଜୁବାବୁଙ୍କ ପ୍ରଥମ ଭେଟି । ତାପରେ କଳିଙ୍ଗ ଟ୍ୟୁବସ, କଳିଙ୍ଗ ରେପିଂ ଜରେଟସ, କଳିଙ୍ଗ ଇଣ୍ଡଷ୍ଟ୍ରିଜ ଆଦି ଚୌଦ୍ୱାରରେ ଗଢି ଉଠିଥିଲା । ଶହ ଶହ ଓଡିଆ ଯୁବକ ଚାକିରୀ ପାଇଲେ । ଦେଶ ସ୍ୱାଧୀନତା ଆଗରୁ ୧୯୪୬ ମସିହାରେ ବିଜୁବାବୁ ଚୌଦ୍ୱାରରୁ ବିଧାୟକ ହୋଇ ନିର୍ବାଚିତ ହେଲେ । ସେହି ବର୍ଷଠାରୁ ୧୯୯୭ ମସିହା ଏପ୍ରିଲ ୧୭ତାରିଖ ପର୍ଯ୍ୟନ୍ତ ବହୁ ଉତଥାନ, ପତନ ସଙ୍ଘର୍ଷ ଜୀବନ ମଧ୍ୟରେ ବିଜୁ ପଟ୍ଟନାୟକଙ୍କ ଜୀବନ ଗତି କରିଛି । ବିଜୁ ବାବୁ ମୁଖ୍ୟମନ୍ତ୍ରୀ ହେଲା ବେଳକୁ ତାଙ୍କ ବୟସ ଥିଲା ମାତ୍ର ୪୫ ବର୍ଷ । ଏତେ କମ ବୟସରେ ଓଡିଶାର କୌଣସି ନେତା ମୁଖ୍ୟମନ୍ତ୍ରୀ ହୋଇନଥିଲେ । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଜବାହାର ଲାଲ ନେହେରୁ । ତାଙ୍କ ସହ ବିଜୁବାବୁଙ୍କର ଖୁବ ଭଲ ସଂପର୍କ ଥିଲା । ଏହାର ସୁଯୋଗ ନେଇ ବିଜୁବାବୁ ଓଡିଶାର ବହୁତ ଲୋକହିତକର କାର୍ଯ୍ୟ କରିଥିଲେ । ବିଜୁ ବାବୁ ଗ୍ରାମପଚାଂୟତ ଆଇନକୁ ସଂଶୋଧନ କରି ପଚାଂୟତ ରାଜ ଶାସନରେ ମହିଳାମାନଙ୍କ ପାଇଁ ଶତକଡା ୩୦ ଭାଗ ଆସନ ସଂରକ୍ଷଣ କରାଇଲେ । ମାର୍ଚ୍ଚ ୫ ତାରିଖ ଦିନକୁ ବିଜୁ ଜୟନ୍ତୀ ଭାବେ ପାଳନ ନକରି ପଚାଂୟତ ରାଜ ଦିବସ ଭାବରେ କରିବା ପାଇଁ ସେ ସରକାରୀ ନିର୍ଦ୍ଦେଶ ଦେଇଥିଲେ । ୧୯୯୬ ମସିହାରେ ଲୋକସଭା ନିର୍ବାଚନ ହୋଇଥିଲା । ବିଜୁ ବାବ ଆସିକା ଓ କଟକ ଲୋକସଭା ଆସନରୁ ୨ଟି ଜିଣିଲେ । ଚାଲିଗଲେ ଜାତୀୟ ରାଜନୀତିକୁ । ପ୍ରଧାନମନ୍ତ୍ରୀ ନିର୍ବାଚନରେ ତାଙ୍କର ଭୂମିକା ଥିଲା ସବୁଠାରୁ । କେନ୍ଦ୍ରରେ ଏକ ଅଣ କଂଗ୍ରେସ ଓ ଧର୍ମ ନିରପେକ୍ଷ ସରକାର ପ୍ରତିଷ୍ଠାରେ ବିଜୁବାବୁଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ସରକାରରେ କୌଣସି ସଙ୍କଟ ହେଲେ ତାଙ୍କୁ ଡାକ ପଡୁଥିଲା । ସେ କେବଳ ଜନତା ଦଳର ନେତା ନଥିଲେ ସେ ଥିଲେ ଭାରତୀୟ ରାଜନୀତିର କେନ୍ଦ୍ରବିନ୍ଦୁ । ଜାତୀୟ ନେତା କିଙ୍ଗ ମେଳର ବିଜୁ ପଟ୍ଟନାୟକ । ତାଙ୍କ ଦ୍ୱାରା ଆନ୍ତର୍ଜାତିକ ବିଜ୍ଞାନ କ୍ଷେତ୍ରରେ ବିଶେଷ ଅବଦାନ ଥିବା ବ୍ୟକ୍ତିଙ୍କୁ କଳିଙ୍ଗ ପୁରସ୍କାର ପ୍ରଦାନ ପ୍ରଚଳନ ହୋଇଅଛି । ଏହିପରି ଭାବେ ନଜର ବନ୍ଦୀରୁ ସଫଳ ରାଜନେତା ହୋଇ ପାରିଥିଲେ ବିଜୁ ପଟ୍ଟନାୟକ ୧୯୧୬ ମସିହା ମାର୍ଚ୍ଚ ୫ରେ ହଜାର ହଜାର ବର୍ଷ ପୂର୍ଣ୍ଣ କରିଥିବା ଏøତିହାସିକ କଟକ ସହରରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୯୭ ମସିହା ଏପ୍ରିଲ ମାସ ୧୭ ତାରିଖ ଦିନ ଦିଲ୍ଲୀର ପଲ୍ଲୀ ପର୍ଯ୍ୟନ୍ତ ବିଜୁଳି ବେଗର ପ୍ରଚାରିତ ହେଲା କିମ୍ବଦନ୍ତୀ ନାୟକଙ୍କ ତଥା ପ୍ରବାଦ ପୁରୁଷ ବିଜୁବାବୁ ଚାଲିଗଲୋ ଶେଷରେ ପୁରୀ ମହୋତ୍ସବ ତଟରେ ଅନ୍ତିମ ବିଶ୍ରାମ ନେଲେ । ବିଜୁ ବାବୁଙ୍କ ଚିର ନିଦ୍ରା ପରେ ଆରମ୍ଭ ହେଲା କବି ଓ ଲେଖକଙ୍କ ମଧ୍ୟରେ ପ୍ରତିଯୋଗୀତା । ନିଜ ଲେଖନି ମୁନରେ ବହୁ ଶ୍ର୍ରଷ୍ଠା ସଜେଇ ଦେଲେ ବିଜୁ ବାବୁଙ୍କର ଅତୀତ ଓ ଅରୁଲା ସ୍ମତିକୁ । ଜ୍ଞାନପୀଠ ବିଜେତା ଡକ୍ଟର ସଚ୍ଚି ରାଉତରାୟ ତାଙ୍କର ‘ମହାପ୍ରସ୍ଥାନର ପଥ‘ କବିତାରେ ବିଜୁବାବୁଙ୍କ ପାର୍ଥୀବ ଶରୀର କଟକ ନ ଆସିବା କଥାକୁ ବର୍ଣ୍ଣନା କରି ଲେଖିଥିଲେ –
‘କାହିଁ କଟକ ଆସିଲ ନାହିଁତ ?
ତୁମ ମହା ପ୍ରସ୍ଥାନ ପଥ
ଲମ୍ବି ଆସେ ଦିଲ୍ଲୀର ଆକାଶୁ
ଦେଖିବାକୁ ମହାସ୍ଥବିରର ଅନ୍ତିମ ପ୍ରୟାଣ
ତୁମେ ତେଣେ ଚାଲିଗଲ ମହୋଦଧି ତଟେ
ନେବା ପାଇଁ ଅନ୍ତିମ ବିଶ୍ରାମ
‘ପଣ୍ଡିତ ପ୍ରବୋଧ କୁମାର ମିଶ୍ର ତାଙ୍କର ସଂସ୍କୃତ କବିତା କିମ୍ବଦନ୍ତୀ ନାୟକ,
ଶୀର୍ଷକରେ ବିଜୁ ବାବୁଙ୍କ ସାହାସ ଓ ବୀରତ୍ୱର ଗାଥା ବର୍ଣ୍ଣନା କରିବାକୁ ଯାଇ ଲେଖିଛନ୍ତି –
“ମୁକ୍ତିି-ଜାତି-ଦୃପ୍ତ-ବୀର । ଉତ୍କଳୀୟ ସିଂହକ ।
ତ୍ୱଂ ଚ ମାତୃ- ତୃପ୍ତ- ମନ୍ତ୍ର-ତନ୍ତ୍ର-ଧାରକଃ ।
ପୂର୍ବଭାଲେ ମୁକ୍ତି ସୂର୍ଯ୍ୟଃ
ପଶ୍ଚିମେତୁ ରକ୍ତବୀର୍ଯ୍ୟଃ
କିମ୍ବଦନ୍ତୀ ନାୟକ । ତ୍ୱସିଷ୍ଟ-ପୁଷ୍ଟ-ସାଧକଃ ।
କଳିଙ୍ଗର ହୃଦୟ ସମ୍ରାଟ’ କବିତାରେ ବିଜୁ ବାବୁଙ୍କ ଗରିମା କରି ଡଃ: ହୁସେନ ରବି ଗାନ୍ଧୀ ଲେଖିଛନ୍ତି-
“ଏକବିଶଂ କରାଘାତ କରେ ଯେବେ
ଜାତି ଦ୍ୱାର ଦେଶେ,
ଶ୍ରେଷ୍ଠତମ ହେ ଓଡିଆ,
ହେ ଅନନ୍ୟ ପ୍ରବାଦ ପୁରୁଷ
ବିଂଶର ଏ ଶେଷ ।
“ବିଜୁ ବାବୁଙ୍କର ଏକମାତ୍ର କନ୍ୟା ତଥା ବିଖ୍ୟାତ ଲେଖିକା ଗୀତା ମେହେଟ୍ଟା ତାଙ୍କର ଇଂରାଜୀ ପୁସ୍ତକ “ସ୍ନେକ ଲାଡର୍ସରେ ବିଜୁୁ ବାବୁଙ୍କ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଜି ମଧ୍ୟ ମନେ ପଡନ୍ତି ପ୍ରବାଦ ପୁରୁଷ ଓ ତାଙ୍କ କୃତ ଅରଲାମତି ।

ଲେଖକ……

ବରଦା ପ୍ରସନ୍ନ ଦାଶ,
ଯୁଗ୍ମ ନିର୍ଦ୍ଦେଶକ,
ସୂଚନ ଓ ଲୋକ ସମ୍ପର୍କ ବିଭାଗ
ଓଡିଶା ସରକାର ଭୁବନେଶ୍ୱର
ମୋବାଇଲ ନମ୍ବର – ୯୮୬୧୧୪୫୬୮୭