

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଆଜି ଓଡ଼ିଆ ନବବର୍ଷ ସହିତ ହନୁମାନ ଜୟନ୍ତୀ ଓ ମହାବିଷୁବ ସଂକ୍ରାନ୍ତି ପାଳନ ହେଉଥିବାରୁ ବିଜୁ ଛାତ୍ର ଜନତା ଦଳର କର୍ମୀମାନେ ଲୋକଙ୍କୁ ପଣା ବଣ୍ଟନ କରିଥିଲେ । ଏହା ପ୍ରତ୍ୟେକ ବର୍ଷ ଓଡ଼ିଆ ଲୋକମାନେ ଧୁମଧାମରେ ପାଳନ କରୁଛନ୍ତି । କିନ୍ତୁ ଆଜି ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପ୍ରତିହତ ପାଇଁ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବାରୁ କୌଣସି ପର୍ବପର୍ବାଣି ପାଳନ କରିବାରେ ସରକାର ନିଶେଦ୍ଧ ଆଜ୍ଞା ଜାରି କରିଥିବାରୁ ଲୋକମାନେ ଏଥିରୁ ବଞ୍ଚିତ ହୋଇଛନ୍ତି । ଏହାସତ୍ତ୍ୱେ ହନୁମାନ ମନ୍ଦିରରେ ସରକାରଙ୍କ ନିୟମ ଅନୁଯାଇ ସକାଳ ସମୟରେ ରୀତିନୀତିରେ କେବଳ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଢେଙ୍କାନାଳ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଣା ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା



