ବିଜୁ ଜନତା ଦଳରେ ମିଶିଲେ ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ଇଂ. ନଳିନୀକାନ୍ତ ପ୍ରଧାନ…

ଭୁୁବନେଶ୍ୱର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ପୂର୍ବତନ ପୂର୍ତ୍ତ ବିଭାଗ ସଚିବ ଇଂ. ନଳିନୀକାନ୍ତ ପ୍ରଧାନ ନବୀନ ନିବାସରେ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଏହାବ୍ୟତୀତ କଟକ ମହାନଗର ନିଗମର ପୂର୍ବତନ ଅତିରିକ୍ତ କମିଶନର ଶ୍ରୀ ରମେଶ ଚନ୍ଦ୍ର ସାଏ, ପୂର୍ବତନ ମୁଖ୍ୟଯନ୍ତ୍ରୀ ଶ୍ରୀ ଜୟପାଲ୍ ନାୟକ, ଛେଣ୍ଡିଦା ନିର୍ବାଚନ ମଣ୍ଡଳୀର ବିଜେପି ନେତ୍ରୀ ଶ୍ରୀମତୀ ସ୍ରୁଭା ସାହୁ ମଧ୍ୟ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଯୋଗ ଦେଇଥିବା ସମସ୍ତଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀ ପ୍ରଧାନଙ୍କ ସହ ପଶ୍ଚିମ ଓଡ଼ିଶା ବିଜେପି ଓ କଂଗ୍ରେସ ନେତାମାନେ ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ । ଏହି ଅବସରରେ ଇଂ ଶ୍ରୀ ପ୍ରଧାନ କହିଥିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଓ ନେତୃତ୍ୱରେ ଅନ୍ରୁାଣିତ ହୋଇ ଆଜି ମୁଁ ବିଜେଡିରେ ଯୋଗଦେଇଛି । ୧୫ବର୍ଷ ଧରି ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଓତଃପ୍ରୋତଃ ଭାବେ ଜଡ଼ିତ ଥିଲି । ବିଜୁ ଜନତା ଦଳ ହେଉଛି ଉପଯୁକ୍ତ ଦଳ, ଯାହା ମାଧ୍ୟମରେ ଜନସାଧାରଣଙ୍କ ସେବା ଅଧିକରୁ ଅଧିକ ଭଲ ଭାବେ କରିହେବ । ଏହାସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେବେ ତାକୁ ମୁଁ ସୂଚାରୁରୂପେ ସଂପାଦିତ କରିବି ବୋଲି ଇଂ. ଶ୍ରୀ ପ୍ରଧାନ କହିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ବିଧାୟକ ସୁଶାନ୍ତ କୁମାର ବେହେରାଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଆକାଶ ମିଶ୍ର