

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ବ୍ରହ୍ମପୁର ସ୍ଥିତ ବିଜୁ ଜନତା ଦଳର କାର୍ଯ୍ୟାଳୟଠାରେ ବିଜୁ ଜନତା ଦଳର କର୍ମୀକର୍ତ୍ତାଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଗଞ୍ଜାମଜିଲ୍ଲା ଯୁବ ବିଜେଡି ସଭାପତି ଏନ. ଧନୁଞ୍ଜୟ ରାଓଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ସମସ୍ତ କର୍ମୀ ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି ବୈଠକରେ ବ୍ଲକ ଓ ଏନ.ଏ.ସି ର ସମସ୍ତ ସଭାପତି ଏବଂ ଗଞ୍ଜାମ ଜିଲ୍ଲା ଯୁବ ବିଜେଡିର ସମସ୍ତ କର୍ମକର୍ତ୍ତାମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

