

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବସଷ୍ଟାଣ୍ଡ ଠାରେ ପୋଲସରା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦେଇ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାସହ ବିଧାୟକଙ୍କ ଉପସ୍ଥିତରେ ପୋଲସରା କଳମ୍ବ ସରପଞ୍ଚ, ଏନଏସିର ଟିଣିଆ ଗୋହିନ, ରଞ୍ଜିତ ସାହୁ, ସପ୍ନେଶ୍ୱର ପାତ୍ର, ବୁଗୁଡା ଏନଏସିର ସରୋଜ ବେହେରାଙ୍କ ଅଧ୍ୟକ୍ଷତାରେ ଶତାଧିକ ବିଜେପି କର୍ମୀ ଦଳ ତ୍ୟାଗକରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଏହି ଅବସରରେ ନିର୍ବାଚନ ମଣ୍ଡଳୀ ସମସ୍ତ ଜିଲ୍ଲା ପରିଷଦ, ସରପଞ୍ଚ ସମିତିସଭ୍ୟ ଓ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ରହିଥିଲେ ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ

