ଢେଙ୍କାନାଳ (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଧର୍ମାନନ୍ଦ ପରିଡ଼ାଙ୍କ ନେତୃତ୍ୱରେ କାମାକ୍ଷାନଗର ଠାରେ ୫୩ ନମ୍ଵର୍ ଜାତୀୟ ରାଜପଥରେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଯାଉଥିବା ସମସ୍ତ ଗାଡିର ଡ୍ରାଇଭର ହେଲପର ଓ ସେଥିରେ ଥିବା ଅନ୍ୟାନ୍ୟ ସହଯୋଗୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ଯେଉଁମାନେ ତାଲା ବନ୍ଦ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ପଂହଚାଉଛନ୍ତି ସେହି ଗାଡିର ଡ୍ରାଇଭର, ହେଲପର, ସହଯୋଗୀ ଓ ଅସହାୟ ମାନଙ୍କୁ ରନ୍ଧା ଖାଦ୍ୟ, ମାକ୍ସ, ପାଣି ବଣ୍ଟନ କରାଯାଇଥିଲା । ଅତ୍ୟନ୍ତ ଖରାରେ ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଡ୍ୟୁଟି କରୁଥିବା ପୋଲିସ୍ ଭାଇ ମାନଙ୍କୁ ଅମୁଲ କୁଲ୍, ଥଣ୍ଡା ପାଣି ବଣ୍ଟନ କରାଯାଇଥିଲା ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା