
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜୁ ଜନତା ଦଳର ପରିବର୍ଦ୍ଧିତ ମହିଳା କାର୍ଯ୍ୟକାରିଣୀ ବୈଠକ ବ୍ରହ୍ମପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକ ଓ ବିଧାୟିକା, ରାଜ୍ୟ ମହିଳା ବିଜୁ ଜନତା ଦଳର ସଦସ୍ୟ ଓ ଗଂଜାମ ଜିଲ୍ଲା ମହିଳା ବିଜୁ ଜନତା ଦଳର ସଦସ୍ୟମାନେ ଯୋଗ ଦେଇଥିଲେ । ଏହି ବୈଠକରେ ରାଜ୍ୟ ସରକାରାଙ୍କର ବିଭିନ୍ନ ଯୋଜନା ବିଶେଷ କରି ମହିଳାମାନଙ୍କ ସଶକ୍ତିକରଣ ଓ ବିକାଶ ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ବିଭିନ୍ନ ଯୋଜନା ସଂପର୍କରେ ଆଲୋଚନା କରାଯିବା ସହ ସେ ସବୁକୁ ଦଳୀୟ ସଦସ୍ୟା ଓ କର୍ମକର୍ତ୍ତାଙ୍କ ମାଧ୍ୟମରେ ପଲ୍ଲୀରୁ ସହର ପର୍ଯ୍ୟନ୍ତ ଘରେ ଘରେ ପହଂଚାଇବା ପାଇଁ ନିଷ୍ପତି ନିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିମନ୍ତେ ଏକ ବିଲ୍ ଆଣି ସମଗ୍ର ଭାରତ ବର୍ଷରେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ଲତିକା ପ୍ରଧାନ, ସାନଖେମୁଣ୍ଡି ବିଧାୟିକା ନନ୍ଦିନୀ ଦେବୀ, ରାଜ୍ୟ ଉପଦେଷ୍ଟା କସ୍ତୁରୀ ମହାପାତ୍ର, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଆସିକା ବିଧାୟକ ଦେବରାଜ ମହାନ୍ତି, ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ଛତ୍ରପୁର ବିଧାୟକ ଡ଼ା. ପ୍ରିୟାଂଶୁ ପ୍ରଧାନ, ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ରାଜ୍ୟ ଉପସଭାପତି ସଂଯୁକ୍ତା ମଲ୍ଲିକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ସାଂସଦ ରେଣୁବାଳା ପ୍ରଧାନ, ପୂର୍ବତନ ମେୟର କେ. ମାଧବୀ, ଡିଆରଡ଼ିଏ ଉପାଧ୍ୟକ୍ଷ ସ୍ନେହଲତା ପଣ୍ଡା, ରାଜ୍ୟ ଉପସଭାପତି ମମତା ବିଷୋୟୀ, ରାଜ୍ୟ ସମ୍ପାଦକ ଜ୍ୟୋତ୍ସ୍ନା ପାଢୀ, ଜିଲ୍ଲା ସାଧାରଣ ସଂପାଦକ ପି. ଆଶା ରାଣୀ, ନଗର ସଭାପତି ମଞ୍ଜୁଳ ଦେବୀ, ଜିଲ୍ଲା ଉପସଭାପତି ସଂଯୁକ୍ତା ସାମଲ, ଜିଲ୍ଲା ସମ୍ପାଦକ ଟି. ପ୍ରେମାଞ୍ଜଳି, ଜିଲ୍ଲା ଉପସଭାପତି ରାଜେଶ୍ୱରୀ ଦୋରା, ଜିଲ୍ଲା ସମ୍ପାଦକ ରତ୍ନମଣି, ଜିଲ୍ଲା ଉପସଭାପତି ସସ୍ମିତା ସାହୁ, ପ୍ରଦୀପ୍ତ, ରୀତା, ଶାନ୍ତି ଦାସ, ଭଗବାନ ଗନ୍ତାୟତ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



