ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ବହୁ କର୍ମୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ କେତେକ କଂଗ୍ରେସ ଓ ବିଜେଡି କର୍ମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକାଭିମୁଖ୍ୟୀ କାର୍ଯ୍ୟକୁଶଳତା, ଦେଶପ୍ରେମ, ଜନହିତକର ଯୋଜନାରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା ଜଣାଯାଇଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ବର୍ତ୍ତନା ପଂଚାୟତର ଏପରି ୪୦ରୁ ଅଧିକ କର୍ମୀ ବିଜେପିରେ ମିଶିଥିବାରୁ ଦଳୀୟ ଶକ୍ତି ବୃଦ୍ଧିପାଇଥିବା ସଂର୍ପକରେ କର୍ମକର୍ତ୍ତାମାନେ କହିଛନ୍ତି । ଆଜି ମଧ୍ୟାହ୍ନରେ ବିଜେପିର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମହାନ୍ତି ବିଜେପି ନେତା ଅଭିଜିତ୍ ପ୍ରଧାନ, ସାନ୍ତନୁ ପଟ୍ଟନାୟକ, କାଳିଚରଣ ପାଣିଗ୍ରାହୀ, ମନୋଜ ଶାସମଲ ଓ ପ୍ରତାପ ମାଝୀଙ୍କ ଉପସ୍ଥିତିରେ ଏପରି ମିଶ୍ରଣପର୍ବ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ କଂଗ୍ରେସ ଓ ବିଜେଡିର ନେତା ରବିନ୍ଦ୍ର ସେନାପତି, ଶମ୍ଭୁନାଥ ଜେନା, ପ୍ରତାପ କୁମାର ସେନାପତି, ସମରେନ୍ଦ୍ର ଦଳାଇ, ବାଦଲ ଜେନା, ପଦ୍ମଲୋଚନ ବିର, ବରେନ୍ଦ୍ର ଜେନା, ଦୀନକୃଷ୍ଣ ଜେନା, ସୁଶାନ୍ତ ବାରିକ, ଅଶୋକ ପ୍ରଧାନ ଓ ତରଣୀ ବେହେରାଙ୍କ ସହିତ ୪୦କର୍ମୀ ବିଜେପିରେ ସାମିଲ ହୋଇ ବିଜେପିର ନିତୀ ଆଦର୍ଶକୁ ଅପଣେଇଥିବା କହିଛନ୍ତି । ଶ୍ରୀ ମହାନ୍ତି ସେମାନଙ୍କୁ ବିଜେପିର ଟୋପି ଓ ବିଜେପି ଉତ୍ତରୀୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା

2 thoughts on “ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ବହୁ କର୍ମୀ…

  1. An obligation of appreciation is all together for sharing these information which is most significant that everyone should know. A debt of gratitude is in order for sharing and you may likewise know insights concerning Odisha Political News.

Comments are closed.