ବିଜେଡି କାର୍ଯ୍ୟକାରୀ ସଭାପତିଙ୍କ ପୁଅର ଜନ୍ମଦିନ ପାଳନ ହେଲା ଅନାଥ ଆଶ୍ରମରେ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ମାରୁତ କୁମାର ପାଳ ନବଜୀବନ ଟ୍ରଷ୍ଟ ଠାରେ ଥିବା ଅନାଥ ଶିଶୁ ଓ ବୃଦ୍ଧବୃଦ୍ଧା ମାନଙ୍କ ମେଳରେ ନିଜ ପୁଅର ଜନ୍ମଦିନ ପାଳିତ କରିଛନ୍ତି । ତାଙ୍କ ପୁତ୍ର ବରୁଣ ପାଳ ଏବଂ ଅନାଥ ଆଶ୍ରମର ଜଣେ ଶିକ୍ଷୟତ୍ରୀ ଜୟଲକ୍ଷ୍ମୀଙ୍କ ଜନ୍ମ ଦିବସ ଅବସରରେ ସେ ନବଜିବନ ଅନାଥ ଆଶ୍ରମର ଅନାଥ ପିଲାଙ୍କୁ ମିଷ୍ଟାନ୍ନ ଓ ଖାଦ୍ୟ ପରସି ସେମାନଙ୍କର ହସଖୁସି ମେଳରେ ଜନ୍ମଦିବସ ପାଳନ କରି ନିଜର ବଦାନ୍ୟତା ଦେଖାଇଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏହି ଅବସରରେ ନବଜୀବନ ଟ୍ରଷ୍ଟ ମଧ୍ୟରେ ବସବାସ କରୁଥିବା ଅନାଥ ଶିଶୁ ତଥା ବୃଦ୍ଧବୃଦ୍ଧାମାନେ ତାଙ୍କ ହାତରୁ ଖାଦ୍ୟ ଓ ଶୀତବସ୍ତ୍ର ଗ୍ରହଣ କରିବା ସହ ତାଙ୍କର ପ୍ରଶଂସା କରିଥିଲେ । ଜନ୍ମ ଦିବସଟିକୁ ଯାକଜମକରେ ନକରି ଏପରି ଅନାଥ ଶିଶୁଙ୍କୁ ଖାଦ୍ୟ ଦେଇ ପାଳନ କରାଯାଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇଛନ୍ତି । ସେ ଜିଲ୍ଲା ବିଜେଡିର ଜଣେ ଆଗଧାଡିର ନେତା ଭାବେ ଖୁବ୍ ପରିଚିତ ଅଟନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମରେ ନବଜୀବନ ଟ୍ରଷ୍ଟ ପାରଳାଖେମୁଣ୍ଡି ଶାଖା ପରିଚାଳକ ଏସ୍.ଭି. ରାମଣା ଶ୍ରୀ ପାଳଙ୍କୁ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କେ.ସୁରିଆ ରାଓ, ନଗର ବିଜେଡି ସଭାପତି ସୂର୍ଯ୍ୟନାରାୟଣ ରାଜଗୁରୁ, ସଂଜୁକ୍ତା ବେହେରା, ସାମ୍ବାଦିକ ଶିଶିର ଗୌଡ଼ ଗରୁଡ଼ଧ୍ଵଜ ଚୌଧୁରୀ ରଶ୍ମିରଞ୍ଜନ ମିଶ୍ର କୃଷ୍ଣ କୁମାର ବେହେରା ଡ଼ିଜେନ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା