


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ଜନ ସମ୍ପର୍କ ପଦଯାତ୍ରା ସମାପ୍ତ ହୋଇଯାଇଛି । ଗତକାଲି ସମାଜସେବୀ ବିଶିଷ୍ଟ ବ୍ୟବସାୟ ୩୧ନଂ ୱାର୍ଡର ଶ୍ରୀକାନ୍ତ କୁମାର ସାବତଙ୍କ ଅଧ୍ୟକ୍ଷତାରେ ଗାନ୍ଧି ଜୟନ୍ତୀ ପଦଯାତ୍ରାକୁ ସମସ୍ତ ବିଜେଡି ବିଧାୟକମାନେ ମିଳିତ ହୋଇ ବିଭିନ୍ନ ୱାର୍ଡରେ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ କରି କାର୍ଯ୍ୟକ୍ରମକୁ ଶେଷ କରିଛନ୍ତି । ଏହି ଅବସରରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡ଼ିଏ ସୁବାଷ ମହାରଣା, ବି. ସନ୍ତୋଷ ପାତ୍ର, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ଶ୍ରୀକାନ୍ତ ସାବତଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଏବଂ ବହୁ ବିଜେଡି କର୍ମୀ ଓ ଜନସାଧାରଣ ଅଂଶ ଗ୍ରହଣ କରି ଏହି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା







