

ଛତ୍ରପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ଏକ ମାସ ବ୍ୟାପି କରୋନା ଜନ ସଚେତନତା ଅଭିଯାନ ଚାଲିଥିବା ବେଳେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ପରାମର୍ଶ କ୍ରମେ ରମ୍ଭା ସହରରେ କରୋନା ଜନ ସଚେତନତା କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦର ନଗର ବିଜେଡି ସଭାପତି ବନବାସୀ ନାହାକଙ୍କ ନେତୃତ୍ୟରେ ଗତକାଲି ତଥା ରବିବାର ଦିନ ସହରାଞ୍ଚଳର ମୁଖ୍ୟରାସ୍ତାରେ ଜନସାଧାରଣଙ୍କୁ କରୋନା ଜନ ସଚେତନତା ସମ୍ପର୍କରେ ଆଲୋକପାତ କରାଇବା ସହ ସାମାଜିକ ଦୂରତା ରକ୍ଷା କରିବା, ଅତି ଆବଶ୍ୟକ ପଡିଲେ ହିଁ ଘର ବାହାରକୁ ବାହାରିବା, ଘର ବାହାରକୁ ବାହାରିଲେ ମାକ୍ସ ପିନ୍ଧି ବାହାରିବା, ମାକ୍ସ ପରିଧାନ ହିଁ କେବଳ ଏକ ମାତ୍ର ଉପାୟ କରୋନା ସଂକ୍ରମଣରୁ ରକ୍ଷା ପାଇପାରିବା ବୋଲି କହିବା ସହ ମାକ୍ସ ବଣ୍ଟନ କରିଥିଲେ । ଏହାସହ କରୋନା ଆକ୍ରାନ୍ତରେ ପିଡିତ ହୋଇ ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିମାନଙ୍କୁ ନିଜର ପ୍ଲାଜମା ଦାନ କରିବା ପାଇଁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଆଦିକନ୍ଧ ସେଠୀ, ନଗର ସଭାନେତ୍ରୀ ସୋନିଆ ଦେବୀ, ବରିଷ୍ଟ ନେତା ନାରାୟଣ ପଟନାୟକ, ଏ.ଗଙ୍ଗା ପାତ୍ର, ବିଜେଡି କର୍ମୀ ଅନିଲ ତରାଇ, ବିଜୟ ବେହେରା, ସୁରେନ୍ଦ୍ର ପରିଡା, ହରି ବେହେରା, ଗୋପି ପାତ୍ର, ସୁବାଷ ବେଜ, ବିଜେଡି ଯୁବକର୍ମୀ ଶ୍ରୀକାନ୍ତ ବିଶ୍ୱାଳ, ସ୍ବାଧୀନ ପଣ୍ଡା, କବିର ନାହାକ, ରବିନ୍ଦ୍ର ବେହେରା, କୃଷ୍ଣ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସମେତ ଦଳୀୟ କର୍ମୀମାନେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


