

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଜେଡି ପକ୍ଷରୁ ଦଳର ୨୪ତମ ପ୍ରତିଷ୍ଠା ଦିବସ ମହାନଗର ସଭାପତି ବିଜୟ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷୀରେ ଦେଶୀ ବେହେରା ସାହି ଏବଂ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନରେ ଥିବା ବିଜୁବାବୁଙ୍କ ପ୍ରତିମୃତ୍ତିରେ ଦଳୀୟ କର୍ମକର୍ତା ପୁଷ୍ପମାଲ୍ୟା ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅବହେଳିତ ଅବସ୍ଥାରେ ଥିବା ଓଡିଶା ଭଳି ରାଜ୍ୟର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଜୁବାବୁଙ୍କ ଅବଦାନକୁ ମନେ ପକାଇ ସୃତିଚାରଣ କରିଥିଲେ । ଶେଷରେ ସିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ, ମିଠା, ବିସ୍କୁଟ ପ୍ରଦାନ କରାଯାଇ ସେମାନଙ୍କ ସ୍ୱାସ୍ଥ୍ୟର ଆଶ୍ରୁ ଆରୋଗ୍ୟ କାମନା କରାଯାଇଥିଲା । ଶେଷରେ ସୁବୁଦ୍ଧିବେଢା ସାହି କଲ୍ୟାଣ ମଣ୍ଡପରେ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏଥିରେ ଦଳୀୟ ନେତା, କର୍ମୀଙ୍କ ବହୁ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ.ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା, ଜିଲ୍ଲା ମହିଳା ସଭାନେତ୍ରୀ ସଂଘମିତ୍ରା ଦଳେଇ, ସଂଜୀବ ପାଣିଗ୍ରାହୀ,ଜିଲ୍ଲା ଯୁବ ସଭାପତି ଲକ୍ଷ୍ମଣ ଚୌଧୁରୀ, ଭଗବାନ ଗନ୍ତାୟତ, ମମତା ବିଷୋୟୀ, ଆର.ମୁରଲୀ ମୋହନ, ଅନୀଲ କୁମାର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିଭଳି କୁକୁଡ଼ାଖଣ୍ଡି ବ୍ଲକ ବିଜେଡି ପକ୍ଷରୁ ପଞ୍ଚାୟତ ସମିତି ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏକ ପ୍ରଗତିଶୀଳ ଓଡିଶା ଗଠନ ନିମନ୍ତେ ବିଜୁଙ୍କ ସ୍ୱପ୍ନ ସାକାର କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଚଳାଇଥିବା ଉଦ୍ୟମକୁ ପ୍ରଶଂସା କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା









