ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେ ମଧ୍ୟ ବିଜେପି ନିଜର ୧୦୦ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଏବଂ ୧୦ ଲୋକସଭା ପାଇଁ ନାମ ଘୋଷଣା କରିଥିଲା । ଗତକାଲି ବିଜେପି ବାକିଥିବା ୪୭ ଆସନରୁ ୨୨ଜଣଙ୍କ ନାମ ଘୋଷଣା କରିଛି । ଏହାସହିତ ୫ ଲୋକସଭା ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି । ଏଥିରେ ଦିଗପହଣ୍ଡିରୁ ପିଙ୍କି ପ୍ରଧାନ, ଵ୍ରହ୍ମପୁରରୁ ବିଜେପି ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଓ ଛତ୍ରପୁରରୁ ପ୍ରଶାନ୍ତ କରଙ୍କ ନାମ ଘୋଷଣା କରିଛି ବିଜେପି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା