ଗୋପାଳପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବିଡ଼ିଓ କୁମାର ନାଗଭୁଷଣଙ୍କୁ ତୁରନ୍ତ ଏଠାରୁ ବଦଳି କରିବା ପାଇଁ ବିଜେପି ଦାବି ଜଣାଇବା ସହ ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ପ୍ରେରଣ କରିଛି । ବିଡ଼ିଓ ନାଗଭୁଷଣ ସରକାରୀ କାଳର ହାତବାରିସୀ ସାଜି ଶାସକ ଦଳକୁ ସୁହାଇବା ଭଳି କାର୍ଯ୍ୟ କରୁଛନ୍ତି । ଅନ୍ୟ ଦଳର ସରପଂଚ ଓ ସମିଟ ସଭ୍ୟଙ୍କୁ ହଇରାଣ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିଭୁତିଭୂଷଣ ଜେନା ଅଭିଯୋଗ କରି ଏ ମର୍ମରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟକୁ ପତ୍ର ପ୍ରେରଣ କରିଛନ୍ତି । ନିର୍ବାଚନକୁ ଅବାଧ ଓ ମୁକ୍ତ କରିବା ପାଇଁ ତୁରନ୍ତ ଏଠାକାର ବିଡ଼ିଓଙ୍କୁ ବଦଳି କରିବାକୁ ଦାବି ପାତ୍ରରେ ଉଲ୍ଲେଖ କରାଯାଇଛି । ବିଡ଼ିଓଙ୍କ କାର୍ଯ୍ୟକଳାପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା । ଏହାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ଗତବର୍ଷ ନଭେମ୍ବର ମାସରେ ବ୍ରହ୍ମପୁର ଏସ୍ପି ଓ ଗଂଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା