ବିଜେପିର ମଣ୍ଡଳସ୍ତରୀୟ ଗରୀବ କଲ୍ୟାଣ ସମାବେଶ

ଛତ୍ରପୁର(ସମୃଦ୍ଧ ଓଡିଶା) ବିଜେପି ଗରୀବ କଲ୍ୟାଣ ସମାବେଶ ଗଞ୍ଜାମ ବ୍ଳକର ହୁମା ମଣ୍ଡଳ ମା’ ପାଦୁକାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ପ୍ରଧାମନ୍ତ୍ରୀଙ୍କର 9 ବର୍ଷ ଶାସନ ପୂର୍ତ୍ତି ଅବସରରେ ବିଭିନ୍ନ ଗରୀବ ଜନକଲ୍ୟାଣ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଓଡ଼ିଶାରେ 79ହଜାର ଲକ୍ଷ କୋଟି ଟଙ୍କାର ମୋଦୀ ସରକାରଙ୍କ ସହାୟତା ରାଶି ପ୍ରଦାନ କରିଥିବା ଆଲୋଚନା ହୋଇଥିଲା I ଆବାସ ଯୋଜନାରେ 18 ଲକ୍ଷ ଘର ମାଗଣାରେ, ରାସନ୍ 3କୋଟି, ସ୍ବଚ୍ଛ ଭାରତ 77 ଲକ୍ଷ ପରିବାରଙ୍କୁ, ବିଦ୍ୟୁତ୍ 24 ଲକ୍ଷ ଘର, ଜଳ ଜୀବନ ମିଶନ 54 ଲକ୍ଷ ଉଜ୍ଵଳା 54 ଲକ୍ଷ ପରିବାର, ସ୍ବାସ୍ଥ୍ୟ ୱେଲନେସ 1636 ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ସୁକନ୍ୟା ଯୋଜନାରେ 14ଲକ୍ଷ ବାଳିକାଙ୍କୁ ସହାୟତା, ମାଗଣା ଇନ୍ଦ୍ର ଧନୁଷ୍ଟ ଟୀକା, ଜନନୀ ସୁରକ୍ଷା 200କୋଟି 32 ଲକ୍ଷ ଚାଷୀଙ୍କୁ ପି ଏମ କିଷାନ ପ୍ରତେକ 6000ଟଙ୍କା ଲେଖାଏଁ, 1ଟଙ୍କାରେ ସାନିଟାରୀ ନାପକିନ, ଏହାସହିତ ଜଳାଶୟ ଖନନ, ଅମୃତ ସରବରାହ 4548 କୋଟି, ଓ ମନରେଗା 26 କୋଟିରୁ ଉର୍ଦ୍ଧ ସହାୟତା ଆଦି ବିଷୟରେ ମଞ୍ଚାସୀନ ନେତୃତ୍ଵ ମଣ୍ଡଳୀ ବଖାଣି ଥିଲେ। ଜିଲ୍ଲା, ରାଜ୍ୟ ପଦାଧିକାରୀ, ଓ ମଣ୍ଡଳ ସଭାପତି ତଥା ବୁଦ୍ଧିଜୀବୀ ଯଥା ସୁବାସ ସାହୁ, ବସନ୍ତ ବେହେରା, ଭୀମସେନ ବେହେରା, କୀର୍ତ୍ତନ ଦାସ, କୃଷ୍ଣ ନାୟକ, ରଶ୍ମି ରାଣୀ ମହାପାତ୍ର, ପ୍ରଶାନ୍ତ କୁମାର କର, ପ୍ରଶାନ୍ତ ନାୟକ, ଏନ ରାଜେନ୍ଦ୍ର କୁମାର, ପଦ୍ମଚରଣ ସାହୁ, ସନ୍ତୋଷ ସାହୁ, ମାନସ ନାହକ, ସୁମନ୍ତ ଦାସ, ସୁରେନ୍ଦ୍ର ସାହୁ ପଦ୍ମଚରଣ ପରିଡ଼ା ସମେତ ଶତାଧିକ ମହିଳା ଓ ପୁରୁଷ ବିଜେପି କର୍ମୀ ଉପସ୍ଥିତ ଥିଲେ I ମଣ୍ଡଳ ସଭାପତି ଧ୍ରୁବ ଚରଣ ପଲାଇ ସଭା ପରିଚାଳନା କରିଥିଲେ I

ରିପୋର୍ଟ : ନିମାଇଁ ଚରଣ ପଣ୍ଡା