ବିଜେପି ମୁଖ୍ୟାଳୟରେ ନିର୍ବାଚନୀ ଇସ୍ତାହାର ସଙ୍କଳ୍ପ ପତ୍ର ଉନ୍ନୋଚନ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଆ) ବିଜେପି ମୁଖ୍ୟାଳୟରେ ନିର୍ବାଚନୀ ଇସ୍ତାହାର ସଙ୍କଳ୍ପ ପତ୍ର ଉନ୍ନୋଚନ ହୋଇଯାଇଛି । ୫ ବର୍ଷ ଯାଏଁ କୃଷକମାନଙ୍କୁ ଦିଆ ଯାଉଥିବା ଋଣ ପାଇଁ ସୁଧ ପଡ଼ିବ ନାହିଁ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନିଶ୍ଚିତ ପେନସନ ଯୋଜନାରେ ସାମିଲ କରାଯିବ । କିଷାନ ସମ୍ମାନ ଯୋଜନା ସମ୍ପ୍ରସାରଣ କରାଯିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ସଂକ୍ଷିପ୍ତ ସୂଚନା ଦେଇଛନ୍ତି । ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବେଆଇନ ପ୍ରବାସବାସ ରୋକାଯିବ, ନାଗରିକତ୍ୱ ବିଲ୍ ପାରିତ କରାଯିବ, ରାମ ମନ୍ଦିର ନିର୍ମାଣ ପାଇଁ ଯାହା କରାଯାଇ ପାରିବ ତାହା କରାଯିବ । ଗ୍ରାମୀଣ କୃଷି କ୍ଷେତ୍ରରେ ୨୫ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ । ଜାତୀୟ ରାଜପଥର ଦୈର୍ଘ୍ୟ ସମ୍ପ୍ରସାରଣ କରାଯିବ କ୍ଷକ୍ତଳଗଶ ସୂଚନା ଦେଇଛନ୍ତି ।