ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କ୍ଲଷ୍ଟର ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି…



ରିପୋର୍ଟ:ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

ବ୍ରହ୍ମପୁର : ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼ ଏବଂ ଘୁମୁସର ସାଙ୍ଗଠନିକ ଜିଲ୍ଲାର ଯୁବମୋର୍ଚ୍ଚା କାର୍ଯ୍ୟ କର୍ତ୍ତାଙ୍କୁ ନେଇ ଏକ କ୍ଲଷ୍ଟର ସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ୍ ପାତ୍ରଙ୍କ ସଂଯୋଜନାରେ ବ୍ରହ୍ମପୁର ସ୍ଥିତ ଗଞ୍ଜାମ କଳା ପରିଷଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ବି.ସୋମନାଥ ପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ ପ୍ରାରମ୍ଭିକ ସ୍ୱାଗତ ଭାଷଣ ରଖିଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯୋଗଦେଇ ଦୀପ ପ୍ରଜ୍ବଳନ କରି ଏହି କର୍ମଶାଳାକୁ ଶୁଭାରମ୍ଭ କରିବା ସହ ରାଜ୍ୟରେ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିର ହେବାକୁ ଥିବା ସଦସ୍ୟତା ଅଭିଯାନରେ ଯୁବମୋର୍ଚ୍ଚାର ସହଭାଗିତା ଉପରେ ଆଲୋଚନା କରିଥିଲେ । ଯୁବକ ମାନେ ନିଜ ନିଜ ରାଜନୈତିକ ଇଚ୍ଛା ଶକ୍ତିକୁ ଆଗକୁ ନେବାପାଇଁ ଏଵଂ ରାଷ୍ଟ୍ରବାଦୀ ଚିନ୍ତା ଧାରାର ନୂତନ ପୀଢ଼ି ନିର୍ମାଣ ଉପରେ ସବିଶେଷ ଅଭିଭାଷଣ ରଖିଥିଲେ । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୪୫ ଦିନ ଧରି ଚାଲିବାକୁ ଥିବା ସଦସ୍ୟତା ଅଭିଯାନ ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ପ୍ରତି ଘରକୁ ଘର ଯାଇ ପ୍ରଥମ ଥର ମତଦାତା ହୋଇଥିବା ବା ହେବାକୁ ଯାଉଥିବା ଯୁବକ ଯୁବତୀ ମାନଙ୍କୁ ଯୋଗାଯୋଗ କରି ସେମାନଙ୍କୁ ଦଳର ସଦସ୍ୟ ଭାବେ ସାମିଲ୍ କରାଇବା ଉପରେ ଗୁରୁତ୍ବ ଦେଇଥିଲେ । ଏହା ସହ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ମାନେ ସଦସ୍ୟତା ଅଭିଯାନକୁ ସ୍କୁଲ,କଲେଜ,ଛାତ୍ରାବାସ,ମଲ୍,ହାଟ ବଜାର,ରେଳ ଷ୍ଟେସନ,ବସଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରିକରଣ ସ୍ଥାନରେ ଛତା ଲଗାଇ ଯୁବକ ଯୁବତୀ ମାନଙ୍କ ସହ ସାଧାରଣ ଜନତାଙ୍କୁ ୮୮୦୦୦୦୨୦୨୪ ନଂ ରେ ମିସ୍ କଲ୍ ଦେଇ ଦଳର ସଦସ୍ୟତା ଗ୍ରହଣ କରିବାକୁ କୁହାଯିବ ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି । ଏହା ସହ ଯୁବମୋର୍ଚ୍ଚା ଆଗାମୀ ଦିନରେ ଓଡ଼ିଶାର ସମସ୍ତ ପଞ୍ଚାୟତ ଓ ମ୍ୟୁନିସିପାଲଟିରେ ନିଜ ନିଜ ଶକ୍ତି ବୃଦ୍ଧି ପାଇଁ ଆହ୍ଵାନ ଦେଇଥିଲେ । ଏହି କର୍ମଶାଳାରେ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସୌମ୍ୟ ବେବର୍ତ୍ତା,ସରୋଜ ଭଞ୍ଜ,ରାଜ୍ୟ ଯୁବମୋର୍ଚ୍ଚା ମିଡ଼ିଆ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା,ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଆକାଶ ସାହୁ,ଗଞ୍ଜାମ ଜିଲ୍ଲା ସଭାପତି ଶିବ ଶଙ୍କର ନାୟକ,ଗଜପତି ଜିଲ୍ଲା ସଭାପତି ବାଳକୃଷ୍ଣ ପାତ୍ର,କନ୍ଧମାଳ ସଭାପତି ମୁକ୍ତିକାନ୍ତ ମହାନ୍ତି,ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଦୀପକ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିବାବେଳେ ରାଜ୍ୟ ଯୁବମୋର୍ଚ୍ଚା ପକ୍ଷରୁ ସଦସ୍ୟତା ଅଭିଯାନ ପାଇଁ ଚାରୋଟି ସାଙ୍ଗଠନିକ ଜିଲ୍ଲାର ସଂଯୋଜକ ଏବଂ ସହ ସଂଯୋଜକ ନାମ ଘୋଷଣା କରାଯାଇଥିଲା । ଗଞ୍ଜାମ ଜିଲ୍ଲା ସଂଯୋଜକ ବାପି ପ୍ରଧାନ, ସହ ସଂଯୋଜକ ବି.ସୋମନାଥ ପାତ୍ର,ଗଜପତି ଜିଲ୍ଲା ସଂଯୋଜକ ନରେଶ ପାଲକା, ସହ ସଂଯୋଜକ ଆଖଣ୍ଡଳମଣି ଗୋୖଡ଼, କନ୍ଧମାଳ ଜିଲ୍ଲା ସଂଯୋଜକ ରାଇ କିଶୋର, ସହ ସଂଯୋଜକ ରଘୁପତି କହଁର, ଘୁମୁସର ସାଙ୍ଗଠନିକ ଜିଲ୍ଲା ପାଇଁ ରାଜେଶ କୁମାର ବିଶ୍ବାଳ ଏବଂ ସହ ସଂଯୋଜକ ଭାବେ ସୁବ୍ରତ କୁମାର ବେହେରାଙ୍କ ନାମ ଘୋଷଣା କରାଯାଇଛି ।  ଆଜିର ଏହି କର୍ମଶାଳାରେ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି କେ.ଚନ୍ଦ୍ରଶେଖର ଦାସ, ସାଧାରଣ ସମ୍ପାଦକ କେ.ରବି ରାଓ, ସମ୍ପାଦକ ବନିତା ସାହୁ,ମାତା ପ୍ରସାଦ ନାୟକ,କିଶୋର କୁମାର ସାହୁ,କମଲ୍ ପାତ୍ର,ଡ଼ି.ସୁରେଶ ରେଡ୍ଡୀ,କୋଷାଧ୍ୟକ୍ଷ ସୁଦର୍ଶନ ବେହେରା,ପୂର୍ବତନ ଗଞ୍ଜାମ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ବରିଷ୍ଠ ନେତା ସୁନିଲ କୁମାର ସାହୁ,ପୂର୍ବତନ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ବିଜେପି ଗଞ୍ଜାମ ଜିଲ୍ଲା ସଦସ୍ୟତା ଅଭିଯାନ ସଂଯୋଜକ ତଥା ଜିଲ୍ଲା ଉପସଭାପତି ପରେଶ ଚନ୍ଦ୍ର ରଥ,ରାଜେଶ କୁମାର ସାହୁ,ଚଣ୍ଡୀ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟାନନ୍ଦ ପଟ୍ଟନାୟକ,କୃଷ୍ଣ ପଲେଇ,ଶକ୍ତି ପଟ୍ଟନାୟକ,ସୁମିତ ପାତ୍ର,ସୁନିଲ ନାୟକ,ଶ୍ରୀନିବାସ ମଣ୍ଡଳ,ମନୋଜ ମହାରଣା,ଦେବୁନ ପଟ୍ଟନାୟକ,ଆଶିଷ ସାହୁ,ଶିରିଡ଼ି ବିକ୍ରମ, ଅମର ସାହୁ,ସଞ୍ଜୀବ ପାତ୍ର,ଡ଼ି.ଅନିଲ ରାଓ,ଅଖିଳ ବେହେରା,ଆଦିତ୍ୟ ସାହୁ,ମନୋଜ ପାଣିଗ୍ରାହୀ,ଅଶ୍ୱିନୀ ସାହୁ,କାହ୍ନା ପ୍ରଧାନ ପ୍ରମୁଖ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଏହି କର୍ମଶାଳାକୁ ପରିଚାଳନା କରିବାରେ ସହଯୋଗ କରିଥିଲେ ।