ବୁଗୁଡା (ସମୃଦ୍ଧ ଓଡିଶା) କାର୍ଯ୍ୟରେ ଅବହେଳା ! ସର୍ବଦା ଠିକ ସମୟରେ ଆସି ସାନିଟାଇଜର କରୁଥିଲେ, ହେଲେ ଆଜି ଡେରି କାହିଁକି ? ନିଶ୍ଚୟ କିଛି ଅସୁବିଧା ହୋଇଥିବ । ହେଲେ ଅଫିସ କରୋନା ସଂକ୍ରମଣ ରୋଧ ପାଇଁ ସାନିଟାଇଜର କରିବାକୁ ବାଧ୍ୟ। ମୁଁ ଜଣେ ଓଏଏସ ଅଫିସର, ସେହିପରି ମନୋଭାବ ଦେଖିବାକୁ ପାଇଲେନାହିଁ ଉପସ୍ଥିତ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ । ମାସ୍କତ ପିନ୍ଧିଥିଲେ ଓଏଏସ ଅଫିସର ଜଣକ। କାଳବିଳମ୍ବ ନକରି ନିଜ କାନ୍ଧରେ ପକାଇଲେ ସାନିଟାଇଜର ଲିକ୍ୟୁଡ଼ ଭରିଥିବା ଜାର । ଆଉ ଆରମ୍ଭ କରିଥିଲେ ସାନିଟାଇଜର କାମ ନିଜ ହାତରେ ସ୍ପ୍ରେ କରି । ହେଲେ ସେ ଆଉ କେହି ନୁହଁନ୍ତି, ବୁଗୁଡା ବ୍ଲକର ଆମର ପ୍ରିୟ ବିଡ଼ିଓ ତନ୍ମୟ ପାତ୍ର ମହୋଦୟ । ବାକ୍ୟବୀର ନୁହଁ ସେ କର୍ମବୀର । ସାଢ଼େ ୧୧ ଘଣ୍ଟା ରାତ୍ରରେ ପହଁଞ୍ଚିଲା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏକ ବସ ମାଣିତରାରେ । ବସର ଆଗେ ଆଗେ ଆସି ପହଞ୍ଚିଲେ ମାଣିତରା କଲେଜର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ । ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କୁ ରହିବା ପରେ ଫେରିଥିଲେ ବୁଗୁଡା । ଡ୍ରାଇଭର ଓ ସେ ନିଜେ ସେହି ସମୟ ପର୍ଯ୍ୟନ୍ତ ଖାଇ ନାହାଁନ୍ତି ରାତ୍ର ଭୋଜନ । ଗୋଟିଏ ଦିନ ପରେ ଖୋଳଖାଳି ସରପଞ୍ଚ ସୂର୍ଯ୍ୟମଣି ଗୌଡ଼କହିଲେ ଗତକାଲି ରାତ୍ର ସାଢ଼େ ଦୁଇଟା ବେଳକୁ ତାଳସାକାର ବିଦ୍ୟାଳୟକୁ ପ୍ରବାସୀ ଓଡ଼ିଆ ଆସିଛନ୍ତି । ରାତ୍ରରେ ବିଡ଼ିଓ ସେହି ବସ ସହ ଗ୍ରାମକୁ ଆସିଥିଲେ । ବିଡ଼ିଓ ଫେରିଲା ବେଳକୁ ପ୍ରାୟ ରାତି ୩ ଟା ପରେ ହେଲାଣି । କେରଳରେ ଫସିଥିଲେ ବୁଗୁଡା ଓ ପୋଲସରା ବ୍ଲକର ୨୨ ଜଣ ଓଡ଼ିଆ ଶ୍ରମିକ । ଓଳିଏ ଖାଇଲେ ଓଳିଏ ଉପାସ । ଜଣେ ଶ୍ରମିକ ଭାଇ ମୋପାଖକୁ ଫୋନକରି ଏକଥା ଜଣାଇବା ପରେ ମୁଁ ବୁଗୁଡା ବିଡ଼ିଓଙ୍କୁ ଫୋନରେ ଜଣାଇଲି । ବିଡ଼ିଓ ଶ୍ରୀ ପାତ୍ର ତାପର ଦିନ ସେମାନଙ୍କ ପାଖକୁ ଦୁଇ ହଜାର ଟଙ୍କା ପଠାଇବା ସହ ଜିଲ୍ଲା ପ୍ରଶାସନ ସହ କଥା ହୋଇ ସେଠାରେ ସେମାନଙ୍କ ଖାଇବାର ବ୍ୟବସ୍ଥା କରଥିଲେ । ଏହିପରି ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଆମେ କୁହାଳିଆ ଅଫିସର ବୋଲି କହି ପାରିବକି ? ଯେ କର୍ମବୀର ତାଙ୍କୁ ସମ୍ମାନ ଦେବା ଓ ଉତ୍ସାହିତ କରିବା ଆମର କର୍ତ୍ତବ୍ୟ ହେବା ଦରକାର ।
ରିପୋର୍ଟ : ଡ଼ଃ କୁମୁଦ ଚନ୍ଦ୍ର ବେହେରା