

ଦିଗପହଣ୍ଡି (ସମୃଦ୍ଧ ଓଡିଶା) କେଦାରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ କୁଶପଡା ଗ୍ରାମ ପଞ୍ଚାୟତର କୁଶପଡା ଏମଇ ସ୍କୁଲ, ପତାଣ୍ଡ ୟୁପିହେଚଏସ. କେଦାରପୁର ପିୟୁପିଏସ, କେ.ସାମନ୍ତରାପୁର ପିୟୁପିଏସର ବିଦ୍ୟାଳୟ ପରିଚାଳନା କମିଟିର ୬୦ଜଣ ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ”ସହଯୋଗ” ତାଲିମ କେନ୍ଦ୍ର ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି । ଏଥିରେ ସିଆରସିସି ସ୍ଵୟଂପ୍ରଭା ପଟ୍ଟନାୟକ, ଶିକ୍ଷକ ଏଲ.କୃଷ୍ଣମୂର୍ତ୍ତି ଦୋରା, ରାମଚନ୍ଦ୍ର ସେଠି, ଆରପି ଭାବେ ଶୁବ୍ରତ ପଣ୍ଡା, ଅନିଳ ଦାଶ, ସନ୍ଧ୍ୟାରାଣୀ ଦେବୀ, ପ୍ରଦୀପ ପାଣିଗ୍ରାହୀ ଯୋଗଦେଇ ତାଲିମ କେନ୍ଦ୍ର ପରିଚାଳନା କରିଥିଲେ । କେଦାରପୁର ପିୟୁପିଏସର ସଭାପତି କୁରେସୁରଣା, ପତାଣ୍ଡ ହେଚସି ର ସଭାପତି ବାୟା ଦୋରା ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ଏସଏମସି ସଭ୍ୟ ଓ ଶିକ୍ଷକମାନଙ୍କ ସହଯୋଗରେ ବିଦ୍ୟାଳୟର ଉନ୍ନତିକରଣ, ଗୁଣାତ୍ମକ ଶିକ୍ଷା ପରିବେଶ ପରିମଳ ସ୍ୱଚ୍ଛତାର ଉନ୍ନତି ହୋଇପାରିବ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ବକ୍ତବ୍ୟ ଦେଇଥିଲେ । ତାଲିମ ଶେଷରେ ବ୍ଲକର ଏବିଇଓ ତଥା ବିଆରସିସି ବାଳା ମାଝୀ, ଏବିଇଓ ବିଶ୍ରବା ପାଇକ, ଏବିଇଓ ରସାନନ୍ଦ ଘଢେଇ ପରିଦର୍ଶନ କରି ତାଲିମ ଉଦଯାପନରେ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଗୋପୀନାଥ ପଟ୍ଟନାୟକ