ଭୁବନେଶ୍ୱର (ସମୃଦ୍ଧ ଓଡିଶା) ବିଦ୍ୟୁତ ଆଘାତରେ ଜୀବନ ଗଲେ ଏଣିକି ମିଳିବ ୪ ଲକ୍ଷ ଟଙ୍କା କ୍ଷତିପୂରଣ । ରାଜ୍ୟ ସରକାର କ୍ଷତିପୂରଣ ନେଇ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିଶ କରିଛନ୍ତି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହାସହ ବିଦ୍ୟୁତ ଆଘାତରେ ୬୦ ପ୍ରତିଶତ କ୍ଷତିରେ ୨ ଲକ୍ଷ ଟଙ୍କା ମିଳିବ । ୪୦ରୁ ୬୦ ପ୍ରତିଶତ କ୍ଷତିରେ ୫୯ ହଜାର ୫ଶହ ଟଙ୍କା ଦିଆଯିବ । ସେହିପରି ୭ରୁ ଅଧିକ ଦିନ ମେଡିକାଲରେ ଚିକିତ୍ସିତ ହେଲେ ୧୨ ହଜାର କ୍ଷତିପୂରଣ ମିଳିବ । ସପ୍ତାହକରେ କମ୍ ସମୟ ଚିକିତ୍ସା ହେଲେ ୪ ହଜାର ୫୦୦ ଟଙ୍କା ମିଳିବ । ଗାଈ, ମଇଁଷି ମଲେ ୩୦ ହଜାର, ଛେଳି, ମେଣ୍ଢା, ଘୁଷୁରି ମଲେ ୩ ହଜାର ଓ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ମିଳିବ ।
ରିପୋର୍ଟ : ଆକାଶ ମିଶ୍ର