

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ମେହରାଜପୁର ଗ୍ରାମରେ ଘଟିଥିବା ବିଦ୍ୟୁତ ଆଘାତ ଜନିତ ଘଟଣାରେ ଦକ୍ଷିଣ ଓଡିଶା ବିକାଶ ପରିଷଦର ଏକ ଟିମ ଏମକେସିଜି ମେଡିକାଲ ଯାଇ ଆହତଙ୍କ ସ୍ୱାସ୍ଥ୍ୟ କଥା ବୁଝିଛନ୍ତି । ପରିଷଦର ଆବାହକ କିରଣ କୁମାର ପଟ୍ଟନାୟକ ଏବଂ ଆଇନଜୀବୀ ସୂର୍ଯ୍ୟନାରାୟଣ ସାହୁ, ପ୍ରକାଶ ବେହେରା, ଦିବାକର ମଣ୍ଡଳ, ଦୁର୍ଗା ପଣ୍ଡା ସମେତ ଏକ ସ୍ବେଛାସେବୀ ଦଳ ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଚିକିତ୍ସାଧୀନ ଥିବା ଆହତ ବ୍ୟକ୍ତିମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଆରୋଗ୍ୟ କାମନା କରିଥିଲେ ଦକ୍ଷିଣ ଓଡିଶା ବିକାଶ ପରିଷଦ ଆବାହକ କିରଣ କୁମାର ପଟ୍ଟନାୟକ । ମୃତକଙ୍କୁ ତିନି ଲକ୍ଷ ଟଙ୍କା ଏବଂ ଆହତଙ୍କୁ ମାଗଣା ଚିକିତ୍ସା , ଆର୍ଥିକ ସାହାର୍ଯ୍ୟ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ୧୧୬ଥର ରକ୍ତଦାନ କରି ଜିଲ୍ଲାରେ ଉଦାହରଣ ସୃଷ୍ଟି କରିଥିବା ସ୍ୱେଚ୍ଛାସେବୀ କିରଣ କୁମାର ପଟ୍ଟନାୟକ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା
