
ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ସ୍ଥିତ ବାକିଟୀ ସାହି ଠାରେ ବିଦ୍ୟୁତ ଆଘାତରେ ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ସେହି ଅଂଚଳର ପି-ଶ୍ରୀନୁ(୨୩) ବୋଲି ଜଣାପଡିଛି । ସେ ଗେରେଜରେ ୱେଲଡିଙ୍ଗ କାମ କରୁଥିବା ବେଳେ କୋଣସି କାରଣ ବଶତଃ ହଠାତ ବିଦ୍ୟୁତ ସଂପର୍ଶରେ ଆସୀ ଯାଇଥିଲେ । ସେଠାରେ ଥିବା ଲୋକେମାନେ ତାଙ୍କୁ ମୁଖ୍ୟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।
ରିପୋର୍ଟ : କୃଷ୍ଣ କୁମାର ବେହେରା