ବିଧାନସଭା ଗୃହକମିଟି ଆଗରେ ହାଜର ହେଲେ ଅଭିଜିତ ଆୟାର ମିତ୍ର, ଆସନ୍ତାକାଲି ପୁଣି ହାଜର ହେବେ

ଭୁବନେଶ୍ୱର(ସମୃଦ୍ଧ ଓଡିଶା )ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅପମାନିତ କରିଥିବା ଓ ବିଧାୟକମାନଙ୍କ ସ୍ୱାଧିକାର ଭଙ୍ଗ କରିଥିବା ଅଭିଜିତ ଆୟାର ମିତ୍ର ଆଜି ଦ୍ୱିତୀୟ ଥର ପାଇଁ ବିଧାନସଭା ପରିସରରେ ଗୃହକମିଟି ସମ୍ମୁଖରେ ହାଜର ହୋଇଛନ୍ତି। ଓଡ଼ିିଶା ବିଧାନସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଗୃହକମିଟ ସମ୍ମୁଖରେ ହାଜର ହୋଇଛନ୍ତି।ତେବେ ସେ ଆଜି ଆଫିଡେଭିଟ୍‌ ଦାଖଲ କରି ପାରି ନ ଥିବାରୁ ଆସନ୍ତାକାଲି ପୁଣି ଥରେ ଗୃହକମିଟି ଆଗରେ ଅଭିଜିତ ହାଜର ହେବେ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ ଯେ, କୋଣାର୍କ ସୂର୍ଯ୍ୟମନ୍ଦିର, ଓଡ଼ିଶା ଓ ଓଡ଼ିଶା ବିଧାନସଭାର ସଦସ୍ୟମାନଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କୋଣାର୍କ ଥାନାରେ ମାମଲ ରୁଜୁ ହୋଇଥିବା ବେଳେ ଓଡ଼ିଶା ବିଧାନସଭାରେଏ ନେଇ ଆଲୋଚନା କରାଯାଇ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ଅଭିଯୋଗ ହୋଇଥିଲା। ଏଥିପାଇଁ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କ ନେତୃୃତ୍ୱରେ ଗୃହ କମିଟି ଗଠନ କରାଯାଇତିଲା। ଗତ ଅକ୍ଟୋବର ମାସ ୧୧ ତାରିଖରେ ଅଭିଜିତଙ୍କୁ ଗୃହକମିଟି ସମ୍ମୁଖରେ ହାଜର ହେବାକୁ ନିେର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ସେଦିନ ଅଭିଜିତ ଗୃହକମିଟି ଆଗରେ ହାଜର ନ ହେବାରୁ ତାଙ୍କୁ ଅକ୍ଟୋବର ୨୩ ତାରିଖରେ ହାଜର ହେବା ପାଇଁ କୁହାଯିବ ସହିତ ପୁଲିସ ମହାଦନିର୍ଦ୍ଦେଶକଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଥିଲା। ଗତ ଅକ୍ଟୋବର ୨୩ ତାରିଖରେ ଅଭିଜିତ ଆୟାର ମିତ୍ର ଗୃହକମିଟି ଆଗରେ ହାଜର ହୋଇ କ୍ଷମା ପ୍ରାର୍ଥନା କରିଥିଲେ। ମାତ୍ର ଗୃହକମିଟି ତାଙ୍କୁ ନଭେମ୍ବର ୨ ତାରିଖରେ ସତ୍ୟପାଠ ସହିତ ହାଜର ହେବାକୁ କହିଥିଲେ। ଏହି କ୍ରମରେ ଆଜି ଅଭିିଜିତ ଆୟାର ମିତ୍ର ଆଫିିଡେଭିଟ୍‌ ସହିତ ଗୃହକମିଟି ଆଗରେ ହାଜର ହୋଇଛନ୍ତି।