ବିଧାନସଭା ନିର୍ବାଚନ ସମ୍ପର୍କରେ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) କେନ୍ଦ୍ରାପଡା ଜିଲ୍ଲାରେ ପାଟକୁରା ନିର୍ବାଚନ ମଣ୍ଡଳୀର ହେବାକୁ ଥିବା ବିଧାନସଭା ନିର୍ବାଚନରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଗରଦପୁର ବ୍ଲକର ତଳକୁସୁମ ପଞ୍ଚାୟତର ଦାୟିତ୍ୱ ଦିଆଯାଇଛି । ଏ ନେଇ ଗତକାଲି ବିଧାୟକ ପଞ୍ଚାୟତର ବୁଦ୍ଧିଜୀବୀ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବ୍ରହ୍ମପୁରରୁ କୈଳାଶ ବିଶୋୟୀ, ଦୁର୍ଗା ପ୍ରସାଦ ପଣ୍ଡା, ଜଗନ୍ନାଥ ମିଶ୍ର, ମଦନମୋହନ ଦେଇ, ରବି କୁମାର ସାହୁ, ରାମ ଚନ୍ଦ୍ର ଶୁକ୍ଳ ଏବଂ ଏମଡି ଫାଇଜ ଖାନ ସମସ୍ତେ ଉପସ୍ଥିତ ରହିଥିଲେ । ଏହା ସହିତ ପଞ୍ଚାୟତର ସମସ୍ତ ଗ୍ରାମରୁ ଆସିଥିବା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅଶୋକ ମହାନ୍ତି, ଅଶୋକ ଜେନା, ବିଭୁତି ମହାପାତ୍ର, ଶତ୍ରୁଘ୍ନ ସ୍ୱାଇଁ, ରମେଶ ପରିଜାଙ୍କ ସମେତ ବହୁ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା