


ଭୁବନେଶ୍ୱର(ସମୃଦ୍ଧଓଡିଶା) ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଧାନସଭା ପରିସରରେ ଅନୁଷ୍ଠିତ ହୋଇ ଯାଇଅଛି।ବାଚସ୍ପତି ଶ୍ରୀମତୀ ସୁରମାପାଢୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରଶିକ୍ଷଣାର୍ଥୀ ମାନେ ବିଧାନସଭା ଗ୍ରନ୍ଥାଗାର ,ଗବେଷଣା ବିଭାଗ ବୁଲି ଦେଖୁବା ସହ , ବିଧାନ ସଭାର କାର୍ଯ୍ୟାବଳୀ ଓ କାର୍ଯ୍ୟଧାରା ସମ୍ପର୍କରେ ବିଶେଷ ଭାବେ ଅବଗତ ହୋଇ ଥିଲେ। ଏହି ଅବସରରେ ବିଧାନସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ , ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ମୋନାଲିସା ଲେଙ୍କା, ବିଧାନସଭାର ଯୁଗ୍ମ ସଚିବ ଶ୍ରୀ ସତିଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ : ବିଭୁତି ନାୟକ, ଲୋକସମ୍ପର୍କ ଅଧିକାରୀ