ବିଧାୟକଙ୍କୁ ବିରୋଧ କରି ନିଆଁ ଜାଳିଲେ କର୍ମୀ…

ଭୁବନେଶ୍ୱର : ବିଜେଡି ନେତାମାନେ ଉନ୍ନୟନ କାମରେ କମିଶନ କାରବାର କରୁଛନ୍ତି ବୋଲି ତୀବ୍ର ଅଭିଯୋଗ ହେଉଥିବାବେଳେ ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ବିରୋଧ କରି ଭୁବନେଶ୍ୱର-ଉତ୍ତର ନିର୍ବାଚନ ମଣ୍ଡଳୀର ବାରଙ୍ଗଠାରେ ବିଶାଳ ଶୋଭାଯାତ୍ରା କରାଯାଇ ଲୋକମାନେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ । ପ୍ରିୟଦର୍ଶୀଙ୍କ ବିରୋଧରେ ପିସି କାରବାର ଓ ପାନୀୟ ଜଳ ମେଗା ପ୍ରକଳ୍ପ କରାଇ ନ ଦେବା ପାଇଁ ବାଧା ସୃଷ୍ଠି କରୁଥିବା ଭଳି ସଙ୍ଗୀନ ଅଭିଯୋଗ ଆଣି ଦଳୀୟ କର୍ମୀ ମାନେ ଅଭିଯୋଗ କରିଥିବା ଖବର ମିଳିଛି ।୨୦୦ରୁ ଅଧିକ ମହିଳା ଓ ବିଜେଡି କର୍ମୀ ଏକ ଶୋଭାଯାତ୍ରାରେ ସାମିଲ ହୋଇ ବାରଙ୍ଗ କଲେଜ ଛକରେ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।ଘଟଣା ସ୍ଥଳରେ ଲୋକମାନେ ଅଭିଯୋଗ କରୁଥିଲେ ଯେ, “ପାଣି ସମସ୍ୟା ଲାଗିରହିଥିବାରୁ କେହି ଆମକଥା ଶୁଣୁନଥିବାରୁ ଆଜି ଆମେ ଏଠି  ଏକାଠି ହୋଇଛୁ । ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର କୁଆଡେ ଆମର ହେବାକୁଥିବା ପନ୍ୟାଜଳ ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି ବୋଲି ଶୁଣିବାକୁ ପାଇଲୁ । ସେ ଠିକାଦାରଙ୍କ ସହ ମିଶି ପିସି ସଂଗ୍ରହ କରିବାରେ ମାତିଥିବା ଯୋଗୁଁ ଆମର ଏହି କାମ ଠିକା ହୋଇପାରୁନି ବୋଲି ଆମେ ଜାଣିବାକୁ ପାଇଲୁ । ତେଣୁ ତାଙ୍କର ଆଉ କିଛି କାମ ନାହିଁ, ଏଭଳି ହୀନ କାମରେ କାହିଁକି ମାତିଛନ୍ତି । ଯେତେ କହିଲେ ବି ପାଣି କଥା ଶୁଣୁନାହାନ୍ତି । ମେଗା ପ୍ରକଳ୍ପ ହେବ କହୁଛନ୍ତି । ମେଗା ପ୍ରକଳ୍ପ ର ନାଁ ଗନ୍ଧ ଶୁଭୁନି । ସେଥିପାଇଁ ଆମେ ଏକାଠି ହୋଇ ସରକାରଙ୍କ ଚେତେଇଦେବା ପାଇଁ ଶୋଭାଯାତ୍ରା କରୁଚୁ ବୋଲି ଲୋକେ କହୁଥିଲେ । ଜନୈକ ସରପଞ୍ଚ କହିଛନ୍ତି, “ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ତଳକୁ ତଳକୁ ଯାଉଛି । ତାଙ୍କ ସଂଗଠନ ଆଉ ନାହିଁ । ତେବେ ପ୍ରିୟଦର୍ଶୀ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କୌଣସି ଅନିୟମିତତା ହୋଇନାହିଁ। ଯଦି ଦଳ ଭିତରୁ କେହି ଏଭଳି କହୁଛନ୍ତି, ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଧାୟକ କହିଥିବା ଜଣାପଡିଛି ।