ବିଧାୟକଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବେଳେ ଛତ୍ରପୁର ଏନ୍ଏସି ପକ୍ଷରୁ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା…

ଛତ୍ରପୁର (ସମୃଦ୍ଧ ଓଡିଶା) ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉନ୍ନୟନ କାର୍ଯ୍ୟ ସମୀକ୍ଷା ବେଳେ ଛତ୍ରପୁର ଏନ୍ଏସି ପକ୍ଷରୁ ବିଧାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ବିଧାୟକ ଗୁରୁବାର ଦିନ ଛତ୍ରପୁର ଏନ୍ଏସିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ନବ ନିର୍ବାଚିତ ବିଧାୟକଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ବିଧାୟକ ଶ୍ରୀ ବେହେରା କହିଛନ୍ତି ଯେ ଛତ୍ରପୁର ସହର ଏକ ଐତିହାସିକ ସହର । ଜିଲ୍ଲାର ସମସ୍ତ ବିକାଶ ମୂଳକ କାର୍ଯ୍ୟ ଏହି ସହରରୁ ହିଁ ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ସହରର ଜନସାଧାରଣଙ୍କ ସୁବିଧାକୁ ପ୍ରାଥମିକତା ଦେଇଛନ୍ତି । ତାଙ୍କରି ସହଯୋଗରେ ସମସ୍ତ ଯୋଜନା ଗୁଡିକ ସଠିକ୍ ଭାବେ କାର୍ଯ୍ୟକାରୀ ଛତ୍ରପୁର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ମୁଁ ଏଠାର ବିଧାୟକ ଭାବେ କାର୍ଯ୍ୟ କରିବି ବୋଲି କହିଛନ୍ତି । ଏହାସହ ଛତ୍ରପୁରକୁ ଏକ ଆଦର୍ଶ ଏନଏସି ଭାବେ ପରିଣତ କରିବା ନିମନ୍ତେ ସମସ୍ତ ସହ ଯୋଗ କାମନା କରୁଛି ବୋଲି କହିଥିଲେ । ଏହାପରେ ଏନ୍ଏସି ଅଧୀନରେ ନିର୍ମାଣଧୀନ ସମସ୍ତ ଉନ୍ନୟନ ପ୍ରକଳ୍ପ ଏବଂ ଆଗକୁ ନିର୍ମାଣ ହେବାକୁ ଯାଉଥିବା ପ୍ରକଳ୍ପ ଗୁଡିକ ବିଷୟରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିାକରୀ । ଛତ୍ରପୁର ଏନ୍ଏସିର ମୁଖ୍ୟ ସମସ୍ୟା ହେଉଛି ଡ୍ରେନ୍ ସମସ୍ୟା । ପ୍ରତି ସାହିରେ ଲକ୍ଷ ଲକ୍ଷ ଡ୍ରେନ୍ ନିର୍ମାଣ ହେଉଛି ସତ କିନ୍ତୁ ଡ୍ରେନ୍ର ମଇଳା ପାଣି ସ୍ଥାୟୀ ନିଷ୍କାସନ ବ୍ୟବସ୍ଥା ନାହିଁ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମତେ ପୂର୍ବତନ କାଉନସିଲରମାନେ ବିଧାୟକଙ୍କ ଠାରେ ଉପସ୍ଥାପନା କରିଥିଲେ । ସହରର ଡ୍ରେନ୍ ଗୁଡିକର ମଇଳା ପାଣି ନିଷ୍କାସନର ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଉ । ଏହାର ସ୍ଥାୟୀ ସମାଧାନ କରିବା ପାଇଁ ରାଜ୍ୟ ନଗର ଉନ୍ନୟନ ବିଭାଗ ସହିତକୁ ବିଧାୟକ ନିଜେ ଆଲୋଚନା କରିବେ ବୋଲି କହିଥିଲେ । ଏଥିସହ ଛତ୍ରପୁର ସହରରେ ଘରୋଇ ସଂସ୍ଥା ଏଲଇଡି ଲାଇଟ୍ ଗୁଡିକ ଲଗାଯାଇଛି କିନ୍ତୁ ଏହାର ମରାମତି ଦିଗରେ କୌଣସି ପଦକ୍ଷେପ ନେଉଥିବା ସଂକ୍ରାନ୍ତରେ ମଧ୍ୟ ନଗର ଉନ୍ନୟନ ବିଭାଗର ସହ ବିଧାୟକ ଆଲୋଚନା କରିବା ପାଇଁ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି ଓ ଟି.ଚନ୍ଦ୍ର ଶେଖର ରାଓ, ବିଜେଡି ଛାତ୍ର ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଡି.ବଳରାମ ରେଡ୍ଡି, ନାଗେଶ୍ୱର ରାଓଙ୍କ ସମେତ ଏନ୍ଏସିର କର୍ମଚାରୀମାନେ ଉପସ୍ଥିତ ଥିଲେ । 

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା