

ଢେଙ୍କାନାଳ (ସମୃଦ୍ଧ ଓଡିଶା) ବିଧାୟକ ସୁଧୀର କୁମାର ସାମଲଙ୍କ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ସଦର ବ୍ଲକ ଏବଂ ଗଁଦିଆ ବ୍ଲକର ସମସ୍ତ ପଦାଧିକାରୀ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରାଯାଇଥିଲା । ଏହାପରେ ଭାପୁର ଠାରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇ ଲୋକମାନଙ୍କୁ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବିଷୟରେ ସଚେତନ କରାଯାଇଥିଲା । ଏହି ବୈଠକରେ ସମସ୍ତ ବ୍ଲକ ପଦାଧିକାରୀ ଓ ପଞ୍ଚାୟତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।
ରିପୋର୍ଟ : ସଞ୍ଜୟ କୁମାର ପଣ୍ଡା




