ବିନା ଅଧ୍ୟାପକରେ ଚାଲିଛି ବିଶ୍ୱବିଦ୍ୟାଳୟ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିନା ଅଣ୍ଡାରେ ଅମ୍ଳେଟ୍ କରିବା ଯେମିତି ଶୁଣିବାକୁ ଏକ ପ୍ରକାର ଯୁକ୍ତିଯୁକ୍ତ ନହେଲେ ମଧ୍ୟ ଯୁକ୍ତି ଯୁକ୍ତ ବୋଲି ଭାବିବାକୁ ବାଧ୍ୟ ହେଲା ଭଳି ମନେହେଉଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାନଗର ନିଗମ ସ୍ଥିତ ଖଲ୍ଲିକୋଟ ସ୍ଵୟଂ ଶାସିତ ମହାବିଦ୍ୟାଳୟକୁ ଦେଖିଲେ । ଅଧ୍ୟାପକ ନାହାନ୍ତି କିନ୍ତୁ କେମିତି ଚାଲିଛି ପାଠ ପଢ଼ାପଢ଼ି ! ୧୫୦ ବର୍ଷ ପୁରୁଣା ଏହି ମହାବିଦ୍ୟାଳୟ ଏକକ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି ସତ କିନ୍ତୁ ୫୦ ପ୍ରତିଶତରୁ ଅଧିକ ଅଧ୍ୟାପକଙ୍କ ସ୍ଥାନ ଖାଲି ପଢିଛି । ଏମିତି କି ଅନେକ ବିଭାଗରେ ଗୋଟିଏ ହେଲେ ବି ଅଧ୍ୟାପକ ନାହାନ୍ତି । ୮୮ଟି ପଦବୀରୁ ୫୩ ଟି ପଦବୀ ଖାଲି ପଡ଼ିଛି । ଶିକ୍ଷାର ବ୍ୟବସ୍ଥା ବିଗିଡିବାରେ ଲାଗିଛି । ଅଧିକାଂଶ ପିଲାଙ୍କ ଇଛା ଥାଏ ଯେ ମୁଁ ଭଲ ନମ୍ୱର୍ ରଖିବି, ଖଲ୍ଲିକୋଟ କଲେଜରେ ପଢିବି ତ ଏହା ଜାଣିଲା ପରେ ମେଧାବୀ ଛାତ୍ର ତଥା ଶିକ୍ଷାବିତ୍ ଙ୍କ ମନରେ ବହୁତ୍ ଆଘାତ ଲାଗିବ । ତେଣୁ ରାଜ୍ୟ ସରକାର ଏହାପ୍ରତି ଦୃଷ୍ଟି ପକେଇବା ନିତ୍ୟାନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ