ବିପିୟୁଟି ଛାତ୍ରଛାତ୍ରୀଙ୍କ ରାଜ ଭବନ ସମ୍ମୁଖରେ ଧାରଣା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟର ବୈଷୟିକ ଶିକ୍ଷା ସହ ଜଡିତ ଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟି ରଖି ବିପିୟୁଟି ସୁଡେଣ୍ଟସ ୟୁନିଅନ ତରଫରୁ ଏକ ବିଶାଳ ଧାରଣା ରାଜଭବନ ସମ୍ମୁଖରେ ଦିଆଯାଇଥିଲା । ବିପିୟୁଟି ଅଫିସକୁ ସୁଦୂର ରାଉରକେଲାରୁ ଭୁବନେଶ୍ୱର ସ୍ଥାନାନ୍ତର, ମୂଲ୍ୟାୟନ ଫି ବୃଦ୍ଧି ଓ ବିପିୟୁଟି କୁଳପତିଙ୍କ ଛାତ୍ର ଶୋଷଣ ନୀତି ବିରୁଦ୍ଧରେ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ବିଏସୟୁର ଆବାହକ ଓ ଉପଦେଷ୍ଟା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ବିପିୟୁଟି କୁଳପତିଙ୍କ ମାନମୁଖୀ ଶାସନ ପାଇଁ ଦୁଃଖ ପ୍ରକାଶ କରିବା ସହ ନିଜର ଦାବି ଉପସ୍ଥାପନ କରିଥିଲେ । ପରେ ବିଶ୍ଵବିଦ୍ୟାଳୟର ବିଭିନ୍ନ ଦାବିକୁ ନେଇ ବିପିୟୁଟି ସ୍ତୁଡେଣ୍ଟସ ଉନିଅନର ଆବାହକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।

ରିପୋର୍ଟ : ଆକାଶ ମିଶ୍ର